ଅନୁଗୁଳ – ଗତ ୧୫/୦୩/୨୦୧୩ ମସିହାରେ ଲାଞ୍ଚ ନେବା ଅଭିଯୋଗରେ ଜଣେ ରେଭେନ୍ୟୁ ଇନ୍ସପେକ୍ଟରଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ସ୍ପେସିଆଲ ଜଜ ତଥା ଭିଜିଲାନ୍ସ ଜଜ ।
ସୂଚନା ଅନୁସାରେ ଅଞ୍ଜନା ବେହେରା ନାମକ ଜଣେ ମହିଳାଙ୍କ ମ୍ୟୁଟେସନ କେଶ ଥିଲା । ଏହି କେଶ ପାଇଁ ସେ କୁମୁରିସିଂହା ରେଭେନ୍ୟୁ ଅଫିସକୁ ବାରମ୍ବାର ଦୌଡ଼ିଲେ ମଧ୍ୟ ରେଭେନ୍ୟୁ ଇନ୍ସପେକ୍ଟର ଲାଞ୍ଚ ନଦେଲେ ତାଙ୍କ କାମ କରୁ ନଥିଲେ । ଏଥିପାଇଁ ଅଞ୍ଜନା ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ରେଭେନ୍ୟୁ ଇନ୍ସପେକ୍ଟର ଗୁଣନିଧିଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ଶୁଣାଣି କରି ଆଜି ଅନୁଗୁଳ ସ୍ପେସିଆଲ ଜଜ ତଥା ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଏକ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ।

