ଅନୁଗୁଳ – ଅନୁଗୁଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ରେ ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ୍ ରେଞସ୍ତରୀୟ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ , ଅନୁଗୁଳ ଏସ୍ପି ରାହୁଲ ଜୈନ, ଢେଙ୍କାନାଳ ଏସ୍ପି ଅଭିନବ ସୋନକର, ଦେବଗଡ଼ ଏସ୍ପି ଅନିଲ କୁମାର ମିଶ୍ର , ନାଲକୋ ର ସିଜିଏମ୍ ଓ ଜିନ୍ଦଲ କାରଖାନାର ଇଡି, ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ପ୍ରମୁଖ ଉପସ୍ଥିତ ଥିଲେ ।
ଗତ କାଲି ପ୍ରତିଯୋଗିତା ଆରମ୍ଭରେ ଅନୁଗୋଳ ଏସ୍ପି ଓ ଢେଙ୍କାନାଳ ଏସ୍ପିଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ୧୩ଟି ଡବଲ୍ସ ଏବଂ ଏବଂ ୧୦ ଜଣ ମହିଳା ଡବଲ୍ସ ସମେତ ମୋଟ ୮୩ ଟି ଦଳ ଅଂଶଗ୍ରହଣ କରିଥିଲେ । ଦେବଗଡ଼ ,ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ପୁଲିସ,ନାଲକୋ , ଏନଟିପିସି ସିଆଇଏସ୍ଏଫ୍ ଏବଂ ଓଆଇଏସ୍ଏଫ୍ର ଦଳ ଗୁଡିକ ଭାଗ ନେଇଥିଲେ । ସାଇବର୍ ସୁରକ୍ଷା ସଚେତନ ଅଭିଯାନ ଅବସରରେ ଅନୁଗୁଳ ପୁଲିସ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି ବୋଲି ଏସପି ସୂଚନା ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ତିନୋଟି ଶ୍ରେଣୀରେ ଆୟୋଜିତ ହୋଇଥିଲା । ଓପେନ ଡବଲ୍ସ (୪୫ ବର୍ଷ ପର୍ଯ୍ୟନ୍ତ), ଭେଟେରାନ ଡବଲ୍ସ (୪୫+ ବର୍ଷ) ଓ ମହିଳା ଡବଲ୍ସ ଭାବରେ ପ୍ରତିଯୋଗୀଆଣେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ,ଓପନ ଡବଲ୍ସ (୪୫ ବର୍ଷ ପର୍ଯ୍ୟନ୍ତ) ବିଜେତା ଅନୁଗୁଳ ପିଟିସିର ହେମନ୍ତ କୁମାର ବିଲୁଙ୍ଗ ଓ ଲିଙ୍ଗରାଜ କିଶନ, ଉପବିଜେତା ଭାବରେ ଦେବଗଡ଼ ର ଜିତେନ୍ଦ୍ର ସାମଲ ଓ ସଚିଦାନନ୍ଦ ପାତ୍ର,ଭେଟେରାନ ଡବଲ୍ସ (୪୫+ ବର୍ଷ)ରେ ବିଜେତା ଭାବରେ ସିଆଇଏସଏଫ ନାଲକୋର କେ. ଶିବ କୁମାର ଓ କେ. ଅନୁନ ହୋଇଥିଲେ । ଉପବିଜେତା ଭାବରେ ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଧୀରଜ ଚୋପଦର ଓ ଜିତେନ୍ଦ୍ର ସାମଲ । ମହିଳା ଡବଲ୍ ରେ ବିଜେତା ଭାବରେ ପିଟିସି ଅନୁଗୁଳର ସଂଗୀତା ଟୋପୋ ଓ ଟିକିଲି ସେଠି, ଉପବିଜେତା ଭାବରେ ଢେଙ୍କାନାଳର ସନ୍ଧ୍ୟାରାଣୀ ବେହୁରିଆ ଓ ନଲିତା ମୋଦି ହୋଇଥିଲେ । ତେବେ ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟରେ ରବିବାର ଓ ସୋମବାର ଦିନ ତମାମ ପ୍ରତିଯୋଗିତା ହେବା ସହ ଅପରାହ୍ନ ରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

