ମାଛ ଚାଷ ପାଇଁ ଆସିଥିବା ଲକ୍ଷାଧିକ ସରକାରୀ ଟଙ୍କା ହଡ଼ପ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବରସାହି ଗ୍ରାମପଞ୍ଚାୟତ ମହିଳା ମହାସଂଘକୁ ଆସିଥିବା ସରକାରୀ ଅର୍ଥର ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ସରକାର ମହିଳା ମାନଙ୍କର ଆର୍ଥିକ ସୁଧାର ଆଣିବା ପାଇଁ କୁଣ୍ଡ ମାଧ୍ୟମରେ ମାଛ ଚାଷ କରିବା ପାଇଁ ୪ ଲକ୍ଷ ୮୦ହଜାର ତନଖି ଯୋଗାଇ ଦେଇଥିଲେ । ଏପରିକି ଏକ ଟ୍ରାକ୍ଟର ମଧ୍ୟ ଯୋଗାଇ ଦେଇଥିଲେ । କିନ୍ତୁ ବରସାହି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରୁଥିବା ଏମବିକେ ଉକ୍ତ ଅର୍ଥରାଶିକୁ ନେଇ ନିଜର ଘରେ ମାଛ ଚାଷ କରିବା ପାଇଁ ସଂଘରେ କାର୍ଯ୍ୟରତ ଥିବା ଇସି ସଦସ୍ୟଙ୍କୁ ନ ଜଣାଇ ନେଇ ଯାଇଥିଲେ । ଏବଂ ଏମବିକେ ନେଇଥିବା ଟ୍ରାକ୍ଟର ବାବଦରେ କୋୖଣସି ଅର୍ଥ ବ୍ୟାଙ୍କରେ ଡିପୋଜିଟ ମଧ୍ୟ କଲେ ନାହିଁ । ଆଜକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ମହାସଙ୍ଘରେ କୌଣସି ହିସାବ ପତ୍ର ମଧ୍ୟ ଦେଲେ ନାହିଁ । ଏହି ଅର୍ଥ ରାଶି ଏମବିକେ ନଶୁଝିବାରୁ ଇସି ସଦସ୍ୟ ମାନେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲାପାଳ ୭ ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଆଜକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ କୋୖଣସି ତଦନ୍ତ କରାଯାଇ ନଥିବାରୁ ମହାସଙ୍ଘର ଇସି ସଦସ୍ୟା ମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିବା ସହିତ ନ୍ୟାୟ ଦାବି କରିଥିଲେ । ପରେ ସେମାନଙ୍କୁ ତଦନ୍ତର ପ୍ରତିଶୃତି ମିଳିବା ପରେ ଧାରଣାରୁ ଉଠିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page