ବୋଇତ ବନ୍ଦାଣ ମହୋତ୍ସବରେ ବୟସ ରାଜପଥରେ ମତୁଆଲା ହେଲେ ଦର୍ଶକ

  • ବୋଇତ ବନ୍ଦାଣ ମହୋତ୍ସବର ଉଦଯାପନୀ ସଂଧ୍ୟା
  • ବୟସ ରାଜ ପଥରେ ମତୁଆଲା ହେଲେ ଦର୍ଶକ
  • ସମ୍ବର୍ଦ୍ଧିତ ହେଲେ କଣ୍ଠ ଶିଳ୍ପୀ ଶକ୍ତି ମିଶ୍ର 
  • ପ୍ରଥମ ଶରତ ମାଝୀ ସ୍ମୃତି କଳାକାର ସମ୍ମାନରେ ଚଳଚିତ୍ର ଅଭିନେତା ଅଶୋକ ଦାସ ସମ୍ମାନିତ

ଅନୁଗୁଳ – ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ଦ୍ୱାରା ଆୟୋଜିତ ୪୦ ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଆଜି ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅନୁଗୁଳ ଵିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର,ବରିଷ୍ଠ କଣ୍ଠ ଶିଳ୍ପୀ ଶ୍ରୀଯୁକ୍ତ ଶକ୍ତି ମିଶ୍ର, ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତା ଶ୍ରୀଯୁକ୍ତ ଅଶୋକ ଦାସ ,ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆଜିର ସନ୍ଧ୍ୟାକୁ ଆରମ୍ଭ କରିଥିଲେ। କଳାକାର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦିବଂଗତ କଳାକାର ସଦସ୍ୟଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା । ପରେ ପରେ କଳାକର ପାରମ୍ପରିକ ସଂଗୀତ ଓ ବୋଇତ ବନ୍ଦାଣ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା । ସମ୍ପାଦକ ବିଦେଶୀ ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଶକ୍ତି ମିଶ୍ରଙ୍କୁ କଳାକାର ପ୍ରତିଭା ସମ୍ମାନ ଓ ଅନୁଗୁଳର ବରିଷ୍ଠ ଚଳଚ୍ଚିତ୍ର, ଧାରା ବାହିକ ଅଭିନେତା ଶ୍ରୀଯୁକ୍ତ ଅଶୋକ ଦାସଙ୍କୁ ପ୍ରଥମ ଶରତ ମାଝୀ ସ୍ମାରକୀ କଳାକାର ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା |ବୟସ ରାଜ ପଥରେ , ଆସିଥିଲା କାଲି ସେ ରାତିକ ପାଇଁ , କାହା ପାଦ ଶବଦରେ , ଭଲ ଯଦି ପାଉଥାଅ, ମୋର ଭୁଗଳରେ ଭଲ ହେଉ ଥିଲା ପରି ହିଟ ସଂଗୀତ ଗାଇ ଦର୍ଶକଙ୍କୁ ଝୁମେଇ ଥିଲେ । ନୃତ୍ୟାୟନି, ନୃତ୍ୟ ନିଳୟ,ନର୍ତ୍ତକୀ, ସମର୍ପଣ ଏକାଡେ଼ମୀର ଛାତ୍ର ଛାତ୍ରୀମାନେ ନୃତ୍ୟ ନାଟିକା ଓ ନୃତ୍ୟ ପରିବେଷଣ କରିଥିଲେ । ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସଭାପରେ ଦଳଗତ ଲୋକ ନୃତ୍ୟରେ ଦର୍ଶକ ବିମୋହିତ ହୋଇଥିଲେ । ସମ୍ବଲପୁରୀ, ବିହୁ, ଆସାମୀ, ଆଦିବାସୀ ଗୀତର ତାଳେ ତାଳେ ମନ ମୁଗ୍ଧ କର ନୃତ୍ୟ ଉପସ୍ଥିତ ଦର୍ଶକ ଭରପୁର ମନୋରଞ୍ଜନର ଖୋରାକ ଯୋଗେଇ ଥିଲା । ଡ଼ ବୈରାଗୀ ଚରଣ ମଲ୍ଲୀକ ଓ ପ୍ରତ୍ୟୁଷା ରଥ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର କର ଧନ୍ୟବାଦ ଦେଇଥିଲେl ଡ଼. କୃଷ୍ଣ ଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର ଉପସ୍ଥିତ ଥିଲେ, ବିଭୂତି ଭୂଷଣ ମହାପାତ୍ର, ଦେବବ୍ରତ ପଟ୍ଟନାୟକ, ପ୍ରଶାନ୍ତ ରଥ, ଅନିତା ସିଂହ ଦେଓ, ଇନ୍ଦିରା ଦାସ, ରୁଚିର କୁମାର ବରାଳ, ଅଜୟ କୁମାର ସାହୁଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ବକ୍ତବ୍ୟରେ କହିଥିଲେ ଯେ , କଳାକାର ୪୦ ବର୍ଷର ଅନୁଷ୍ଠାନ, ବହୁ ବାଧା ବିଘ୍ନ ଡେଇଁ ଆଜି ମହା ଦ୍ରୁମ ପାଲଟି ସାରିଛି । କଳା,ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହ ନୂତନ ପିଢ଼ିକୁ ଏହା ଏକ ସୁବାର୍ତ୍ତା ପ୍ରଦାନ କରୁଛି ।

ଵିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କହିଥିଲେ , ଓଡ଼ିଆ ପରମ୍ପରା, ଐତିହ, ଅସ୍ମିତାକୁ ବଞ୍ଚାଓ ଥିବା କଳାକାରଙ୍କୁ ଅସମ୍ମାନ କରିବା ହିଁ ଆମ ପାଇଁ ଏକ ଦୁଃଖର ବିଷୟ । କଳାକାର ଅନୁଷ୍ଠାନ କୁ ଭାଙ୍ଗି ଦିଆଗଲା । ଯେଉଁ ସ୍ଥାନରେ କଳାକାର ଗୃହକୁ ଭଙ୍ଗା ଯାଇଥିଲା ସେହି ସ୍ଥାନରେ ପୁଣି ଥରେ କଳାକାର ଅନୁଷ୍ଠାନ ଗଢି ଉଠିଛି | ୪୦ ବର୍ଷ ଧରି ନିରବଛିନ୍ନ ଭାବରେ ପ୍ରତିଭା ସୃଷ୍ଟି କରି ଆସୁଛି ଓ ଆସୁଥିବ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page