ଶ୍ରୀ ମେଟାଲିକ୍ ଆଇରନ କମ୍ପାନୀରେ ଦୁର୍ଘଟଣା – ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ୍ ଆଇରନ କମ୍ପାନୀ ଭିତରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଥିଲା ।ସେହି ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ ହେଲେ ଦେବଗଡ଼ ଜିଲା ହଦମୁଣ୍ଡା ଅଞ୍ଚଳର ବଳରାମ ନାୟକ ବୋଲି ଜଣା ପଡ଼ିଛି ।


ସୂଚନା ଅନୁସାରେ ମଙ୍ଗଳବାର ସକାଳ ପ୍ରାୟ ୬ଟା ବେଳେ କମ୍ପାନୀର ରୋଲିଂ ମିଲ୍ ସାଇଡ୍‌ରେ ଲୁହା ରଡ଼ ଗଳିଯିବା ଫଳରେ ବଳରାମ ନାୟକ ନାମକ ଜଣେ ଶ୍ରମିକ ଗୁରୁତର ହୋଇଥିଲେ । ତାଙ୍କୁ  ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଅ ଯାଇଥିଲା । ସେଠାରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ‌ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଯିବା ବାଟରେ ହିନ୍ଦୋଳ ନିକଟରେ ତାଙ୍କ ମୃତ୍ୟୁ ହୋଇଥିଲା । ବଳରାମଙ୍କ ମୃତ୍ୟୁ ପରେ ମୃତ ଶ୍ରମିକଙ୍କ ବାପା କୃପାସିନ୍ଧୁ ନାୟକ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ କେସ ନଂ–୩୮୭/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page