ଅନୁଗୁଳ – ଶିଶୁ ବିକାଶର ଚାବିକାଠି ହେଉଛି ଭାବ ପ୍ରବଣ ସୁରକ୍ଷା । ଯେତେବେଳେ ପିଲାଙ୍କୁ ସମ୍ମାନ ଦିଆଯାଏ ଏବଂ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଏ, ସେମାନେ ଦାୟିତ୍ୱବାନ ହୁଅନ୍ତି । ସ୍ନେହ ଓ ମମତା ସହିତ ପିଲାଙ୍କୁ ଗଢିବା ଆବଶ୍ୟକ ବୋଲି ସମର୍ପଣ ଏକାଡେ଼ମୀ ଦ୍ୱାରା ଆୟୋଜିତ ଶିଶୁ ଦିବସରେ ଅତିଥି ମାନେ ମତ ସାବ୍ୟସ୍ତ କରିଛି ।
ଅମଲପଡା, ପ୍ରଗତିନଗର ଓ ମାଟିଆସାହି ଠାରେ ସମର୍ପଣ ଏକାଡେ଼ମୀ ର ତିନୋଟି କ୍ୟାମ୍ପସରେ ଶିଶୁଦିବସ ମହା ଆନନ୍ଦର ସହ ପାଳିତ ହୋଇଛି । ଅନୁଷ୍ଠାନର ଅଧକ୍ଷା ବୈଷ୍ଣବୀ ଦେଓ, ପରିଚାଳନା ନିର୍ଦ୍ଧେଶକ ନିରୋଦ କୁମାର ସାହୁ, ସହ ପରିଚାଳକ ପାର୍ଥ ସାରଥୀ ରାଉତ ଅତିଥି ଭାବେ ଯୋଗ ଦେଇ ଜବାହର ଲାଲ ନେହରୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ପଣ୍ଡିତ ଜବାହରଲାଲ ନେହରୁଙ୍କ ଅବଦାନ ସମ୍ପର୍କରେ ଅତିଥି ମାନେ ଆଲୋଚନା କରିଥିଲେ। ଅନୁଷ୍ଠାନର ଏକାଡେ଼ମିକ କୋଅର୍ଡିନେଟର ଭବାନୀ ଶଙ୍କର ସାହୁ, ନୀତିଶ ବେହେରା, ବୀରେନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ ।

