ଘରୁ ଲୁଟ ପରେ ମହିଳାଙ୍କୁ ହତ୍ୟା !!

ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର କଲୋନୀର ଏକ କ୍ବାଟରରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ମିଳିବା ପରେ ଏହା ଚୋରି ପରେ ହତ୍ୟା ବୋଲି ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ କାର୍ତ୍ତିକ ପ୍ରଧାନ ନାମକ ଜଣେ ବ୍ୟକ୍ତି ନାଲକୋରେ ନାଲକୋ ଇ ଡି ଙ୍କ ପର୍ସନାଲ ସେକ୍ରେଟାରୀ ଭାବେ କାମ କରନ୍ତି । ସବୁଦିନ ଭଳି ଆଜି ତାଙ୍କ 8 ବର୍ଷର ଝିଅ ୧୦ ଟା ବେଳେ ସ୍କୁଲକୁ ଯାଇଥିବା ବେଳେ କାର୍ତ୍ତିକ ନିଜ ଡ୍ୟୁଟିକୁ ଯାଇଥିଲେ । କ୍ବାଟରରେ ସ୍ତ୍ରୀ ସସ୍ମିତା ପ୍ରଧାନ ଏକୁଟିଆ ଥିଲେ। ତେବେ କାର୍ତ୍ତିକ ମଧ୍ୟାହ୍ନରେ ଘରକୁ ଫେରି କ୍ବାଟର ଖୋଲା ଥିବା ଦେଖି ଭିତରେ ପଶିଥିଲେ । ଭିତରକୁ ପଶିବା ପରେ ତାଙ୍କ ସ୍ତ୍ରୀ ମରି ପଡିଥିବା ଦେଖିବାକୁ ପାଇଥିଲେ । ସସ୍ମିତାଙ୍କ ବେକରେ କଟା ଦାଗ ଥିବା ବେଳେ ସେ ପିନ୍ଧିଥିବା ଗହଣା ନଥିବା ଦେଖି ସେ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ନାଲକୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଓ ସନ୍ଧାନୀ କୁକୁର ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page