ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରାସାହିରୁ ବିଳମ୍ୱିତ ରାତିରେ ଦାମ୍ପତିଙ୍କୁ ତାଲା ପକାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ସୂଚନା ଅନୁସାରେ , ପ୍ରବଳ ଶୀତପ୍ରବାହ ଯୋଗୁଁ ଶୁକ୍ରବାର ବିଳମ୍ବିତ ରାତିରେ କଲ୍ୟାଣ ବେହେରା ଏବଂ ତାଙ୍କ ସ୍ତ୍ରୀ ଛବି ବେହେରା ଖାଇ ପିଇ କବାଟ ଦେଇ ଘର ଭିତରେ ଶୋଇ ଥିଲେ । ବିଳମ୍ବିତ ରାତିରେ ଘରର ବଲବ ଜଳିବା ଏବଂ ବନ୍ଦ ହେବାରୁ ଛବିଙ୍କ ନିଦ ଭାଙ୍ଗି ଯାଇଥିଲା । ସେ ତାଙ୍କ ସ୍ବାମୀଙ୍କୁ ଉଠାଇ କବାଟ ଖୋଲିବାରୁ କବାଟ ବାହାରୁ ପଟୁ ବନ୍ଦ ଥିବା ଦେଖି ପଡିଶା ଘର ଲୋକଙ୍କୁ ଡାକ ପକାଇଥିଲେ ।
ପଡୋଶୀ କବାଟ ଖୋଲିବା ପରେ କଲ୍ୟାଣଙ୍କ ଶୋଇବା ଘରକୁ ଲାଗି ରହିଥିବା ବଖରାର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ଘର ଭିତରେ ଥିବା ୪ ଟି ଆଟାଚ ଏବଂ ୨ଟି ବାକ୍ସ ନଥିବା ଦେଖିବାକୁ ପାଇଥିଲେ । ଏକ ଆଟାଚରେ ଦମ୍ପତି ମୁଲମଜୁରୀ ଲାଗି ସଞ୍ଚିତ ରଖିଥିବା ଦେଢ଼ ଲକ୍ଷଟଙ୍କା ସମେତ ଘର ଭିତରେ ଥିବା ୨ଟି ବାକ୍ସ ଏବଂ ୪ଟି ଆଟାଚକୁ ଘର ଠାରୁ ୫ଶହ ମିଟର ଦୂର ବିଲମାଳ ଭିତରେ ଭଙ୍ଗା ଅବସ୍ଥାରେ ପଡିଥିଲା ଥିଲା । ଆଟାଚରେ ଟଙ୍କା ନଥିବା ଦମ୍ପତି ଦେଖିବାକୁ ପାଇଥିଲେ । ଏନେଇ ନେଇ କଲ୍ୟାଣ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ବାଗଡିଆ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରିବା ସହିତ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଚଳାଇଛି ।

