ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଶେଷ କରି ଡାଳଚେର ସହରର ପ୍ରତ୍ୟୁଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାକୁ ନେଇ ଉଦବେଗ ପ୍ରକାଶ କରିଛି ଷ୍ଟେଟ୍ ହ୍ୟୁମାନ ରାଇଟସ କାଉନସିଲ । ଏଥିପାଇଁ ଆଜି ଏହାର ସଦସ୍ୟ ବୃନ୍ଦ ଜିଲ୍ଲାପାଳଙ୍କୁ ଅବଗତି କରିବା ସହ ପ୍ରତିକାର ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ତାଳଚେର ଅଞ୍ଚଳରୁ ବିଭିନ୍ନ କୋଇଲା ଖନନ ଏବଂ ଏହାର ପରିବହନ ପାଇଁ ନିୟୋଜିତ ଅତ୍ୟଧିକ ଯାନବାହାନ ଦ୍ବାରା ପ୍ରତ୍ୟୁଷଣ ମାତ୍ରା ବୃଦ୍ଧି ପାଇବାର ମୁଖ୍ୟ କାରଣ । ପ୍ରଦୂଷଣ ମୁକ୍ତ ଅଞ୍ଚଳ ଏକ ମୌଳିକ ମାନବାଧିକାରର ଅନ୍ତର୍ଭୁକ୍ତ। ଅନୁଚ୍ଛେଦ ୨୧ ଅଧିନିୟମ ଅନୁଯାୟୀ ମଣିଷର ଜୀବନଧାରଣ ପାଇଁ ସ୍ଵଛ ବାୟୁ ଏବଂ ପାଣି ମିଳିବା ପ୍ରତ୍ୟେକ ମଣିଷର ମୌଳିକ ମାନବାଧିକାରର ଏକ ଅଭିନ୍ନ ଅଙ୍ଗ। ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟୁଷଣ ମୁକ୍ତ ବାୟୁ ଏବଂ ପାଣି ପାଇବା ଜୀବନ ଧାରଣର ମଧ୍ୟ ଏକ ପ୍ରମୁଖ ଅଧିକାର ।
ଭାରତ ସରକାରଙ୍କ ଦ୍ବାରା ପ୍ରଦତ୍ତ ବାୟୁ ଅଧୁନିୟମ 1981 ଅନୁଯାୟୀ ପ୍ରତ୍ୟୁଷଣ ନିୟନ୍ତ୍ରଣ କରିବା ସରକାରଙ୍କ ନୈତିକ ଦାୟିତ୍ବ କିନ୍ତୁ ଚାଳଚେର ସହରର ପ୍ରଦୂଷଣ ଏହି ଅଧିନିୟମ ଗୁଡ଼ିକ ଉଲଂଘନ କରି ଅଞ୍ଚଳର ସାଧାରଣ ଜନତାଙ୍କ ଜୀବନ ଧାରଣର ଅଧିକାରକୁ କ୍ଷୁର୍ଣ୍ଣ କରିବା ଦୁଃଖ ଦାୟକ । ପ୍ରଦୂଷିତ ବାୟୁ ଏବଂ ପାଣିର ବ୍ୟବହାର ଦ୍ବାରା ଅନେକ ବ୍ୟକ୍ତି ଜଟିଳ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରୁଛନ୍ତି । ଏଭଳି ପରିବେଶ ମଧ୍ୟରେ ମଣିଷର ବଞ୍ଚିବାର ଅଧିକାର କ୍ଷୁଣ୍ଣ ହେଉଛି। ପରିବହନ ପାଇଁ ଅହେତୁକ ଭାରିଯାନ ବ୍ୟବହାର ଦ୍ବାରା ସଡ଼କ ପଥରେ ସାଧାରଣ ଜନତା ଚଳପ୍ରଚଳ କରିବା କଷ୍ଟକର ହୋଇପଡିଛି । ପ୍ରତିଦିନ ଭାରିଜାନ ଚଳାଚଳ ପାଇଁ ରାସ୍ତା ଅବରୋଧ ଦ୍ବାରା ଅଞ୍ଚଳବାସୀ ନିଜ କର୍ମକ୍ଷେତ୍ର ଏବଂ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅନେକ ସମସ୍ୟା ଭୋଗ କରୁଛନ୍ତି ।

ଏହା ସହ ପ୍ରତିଦିନ ଦୁର୍ଘଟଣା ଘଟି ନୀରିହ ଜୀବନ ଯାଉଥିବା ଦୃଷ୍ଟି ଗୋଚର ହେଉଛି । ତାଳଚେର ଅଞ୍ଚଳର ଏସବୁ ସମସ୍ୟା ମଣିଷର ଜୀବନଧାରଣ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି । ଆଜି ଅନେକ ସହରରେ ପ୍ରତ୍ୟୁଷଣ ମାତ୍ରା ହ୍ରାସ ପାଇଁ ଅନେକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଯନ୍ତ୍ରପାତି ବ୍ୟବହାର କରାଯାଉଅଛି । ଏଣୁ ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟିଗୋଚର ହୋଇ ପ୍ରଦୁଷଣ ମାତ୍ରା ହ୍ରାସ ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ ବେଳେ ଷ୍ଟେଟ୍ ହ୍ୟୁମାନ ରାଇଟସ କାଉନସିଲର ଅଧ୍ୟକ୍ଷା ସସ୍ମିତା ଦାସ , ସମାଜସେବୀ ବାପି ମହାନ୍ତି ଆଦି ଉପସ୍ଥିତ ଥିଲେ ।

