ସପ୍ତମ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡା ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ଘଟିଛି ଘଟଣା । ବାଗଡିଆ ଥାନା ଅଞ୍ଚଳର ସପ୍ତମ ଶ୍ରେଣୀ ପଢ଼ୁଥିବା ନାବାଳିକାଙ୍କୁ ସମ୍ପର୍କୀୟ ପିଉସା ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଗତ କାଲି ଅପରାହ୍ନ ୪ଟା ବେଳେ ବାଗଡିଆ ଥାନା ଅଞ୍ଚଳର ପ୍ରଫୁଲ୍ଲ ପ୍ରଧାନ ସେହି ଥାନା ଅଞ୍ଚଳର ସପ୍ତମ ଶ୍ରେଣୀ ପଢ଼ୁଥିବା ନାବାଳିକାଙ୍କୁ ବ୍ଲକରୁ ବିରି ଆଣିବା ପାଇଁ କହି ଏକ ମୋଟର ସାଇକେଲରେ ବସାଇ ଅପରାହ୍ନ ୪ଟା ବେଳେ ଘରୁ ଡାକି ଆଣିଥିଲେ । ତେବେ ଫେରିବାରେ ବିଳମ୍ବ ଦେଖି ନାବାଳିକାଙ୍କ ର ମା ବାରମ୍ବାର ଫୋନ କରିଥିଲେ । ବାରମ୍ବାର ଫୋନ କରିବା ପରେ ରାତି ୮ଟା ବେଳେ ଗାଁ ଠାରୁ ୩ କିଲୋମିଟର ଦୂର ଏକ ସ୍କୁଲ ପଛ ପାଖେ ଛାଡିବା ସହିତ ଏହି ଘଟଣା କାହାକୁ ନ କହିବା ପାଇଁ ୨ଶହ ଟଙ୍କା ଦେଇ ଫେରାର ହୋଇ ଯାଇଥିଲେ ।

ପରିବାର ଲୋକ ଝିଅକୁ ପଚାରି ଘଟଣା ସମ୍ପର୍କରେ ଜାଣିବା ପରେ ବୁଧବାର ଛେଣ୍ଡିପଦା ଥାନା ଲିଖିତ ଅଭିଯୋଗ କରିଛନ୍ତି । ଛେଣ୍ଡିପଦା ଥାନା ପୁଲିସ ଅଭିଯୋଗକୁ ଭିତ୍ତି କରି ଥାନା କେସ ନଂ ୬୩୨/୨୫ରେ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଛି । ପୁଲିସ ନାବାଳିକାଙ୍କ ବୟାନକୁ ରେକର୍ଡ କରିବା ସହିତ ଉକ୍ତ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page