ଅନୁଗୁଳ – ନବରନ୍ କମ୍ପାନୀ ନାଲକୋର ୪୬ତମ ପ୍ରତିଷ୍ଠା ଦିବସ ଅନୁଗୁଳର ସ୍ପେକ୍ଟର ଓ ପାୱାର କପ୍ଲେକ୍ସ ଠାରେ ପାଳନ ହୋଇ ଯାଇଛି । ନାଲକୋ ନଗର ଟାଉନସିପ ସ୍ଥିତ ଗୋପବନ୍ଧୁ ଓପେନ ଏୟାର ପେଣ୍ଡାଲ ଠାରେ ଏହି ଉତ୍ସବକୁ ପାଳନ କରାଯାଇଥିଲା । ଦୁଇ ଦିନ ବ୍ୟାପୀ ପାଳନ କରାଯାଉଥିବା ଏହି ଉତ୍ସବକୁ ସ୍ପେକ୍ଟର ଓ ପାୱାର କମପ୍ଲେକ୍ସର ନିର୍ବାହୀ ନିର୍ଦେଶକ ଶ୍ରୀ ସଚିଦାନନ୍ଦ ଜେନା ପୌରହିତ୍ୟ କରିଥିଲେ । ଅବସରପ୍ରାପ୍ତ ଭାରତୀୟ ରେଳବାଇ ଅଧିକାରୀ ତଥା ବନ୍ଦେ ଭରତ ଟ୍ରେନର ସ୍ରଷ୍ଟା ଡଃ ସୁଧାଂଶୁ ମଣି ମୁଖ୍ୟ ଅତିଥି ରୂପେ ଏହି ସଭାରେ ଯୋଗଦାନ କରିଥିଲେ । ନାଲକୋର ଭୂତପୂର୍ବ କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ଅମିୟ କୁମାର ସ୍ବାଇଁ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ । ଡାଃ ମଣି ତାଙ୍କ ଭାଷଣରେ ବନ୍ଦେ ଭାରତ ଟ୍ରେନରେ ସୃଷ୍ଟି ଓ ବିଭିନ୍ନ ସ୍ତରରେ ହୋଇଥିବା ମାନବବାଦୀ ପ୍ରୟୋଗ ଓ କିଛି ନୂଆ କରି ଦେଖାଇବାର ଅଦମ୍ୟ ଇଚ୍ଛାର ପରାକ୍ରମ ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ ମୁଖ୍ୟବକ୍ତା ଶ୍ରୀ ସ୍ବାଇଁ ବିଶ୍ବ ବଜାରରେ ନାଲକୋ ଉତ୍ପାଦର ଚାହିଦା ଓ ଗ୍ରହଣୀୟତା ବିଷୟରେ ଆଲୋକପାତ କରିଥିଲେ ।

ଏହି ପ୍ରତିଷ୍ଠା ଦିବସ ପାଳନ ସମାରୋହକୁ ସମ୍ବୋଧନ କରି ଇଡ଼ି ଶ୍ରୀ ଜେନା ନାଲକୋ ଅନଗୁଳଠାରେ ହୋଇଥିବା ଉତ୍ପାଦକତା ବିଷୟରେ ବିସ୍ତୃତ ବିବରଣୀ ରଖି କମ୍ପାନୀର ‘ମହାରନ୍’ ମାନ୍ୟତା ପାଇଁ ଏକଜୁଟ ହୋଇ ଶୀର୍ଷ ନେତୃତ୍ବମଣ୍ଡଳୀ ଦ୍ବାରା ସ୍ତରିକୃତ ହୋଇଥିବା ରୂପରେଖରେ ଆଗେଇ ଚାଲିବାକୁ ପରାମର୍ଶ ଦେଇଥିଲେ । ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ଶ୍ରୀ ହିମାଂଶୁ ଭୂଷଣ ପ୍ରଧାନ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାପ୍ରବନ୍ଧକ ଶ୍ରୀ ରାଜରାମ ମିଶ୍ର ନାଲକୋର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ବୃଜେନ୍ଦ୍ର ପ୍ରତାପ ସିଂହଙ୍କ ବାର୍ତ୍ତା ପାଠ କରିଥିଲେ ।
୪୬ ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହକୁ ଆରମ୍ଭ କରିବା ପୂର୍ବରୁ ସମସ୍ତ ଅତିଥିବୃନ୍ଦ, ବରିଷ୍ଠ ଅଧିକାରୀ ତଥା ଇଉନିଯନ ଓ ଏସୋଶିୟେଶନର କର୍ମକର୍ତ୍ତା ମାନଙ୍କ ଦ୍ବାରା ପ୍ରଦୀପ ପ୍ରତ୍ତୋଳନ କରଯାଇଥିଲା ଓ ନାଲକୋ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କର।ଯାଇଥିଲା । ଏହି ଅବସରରେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଅଫିସର ସଂଘ ଓ ଏସସି/ଏସଟି ୱେଲଫେୟର ଏସୋଶିୟେଶନର କର୍ମକର୍ତ୍ତା ମାନଙ୍କୁ ସମ୍ମାନିତ କର।ଯାଇଥିଲା । କୁଶଳୀ କାର୍ଯ୍ୟ ପାଇଁ ସ୍ପେକ୍ଟର ଓ ପାୱାର କପ୍ଲେକ୍ସର ସମୁଦାୟ ୩୨ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସମାରୋହର ଅନ୍ତିମ ଭାଗରେ କୁନିକୁନି ପିଲା ଓ ବିଭିନ୍ନ ସଂସ୍କୃତିକ ଅନୁଷ୍ଠାନ ତରଫରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଏହି ସମାରୋହକୁ ସଫଳପୂର୍ବକ ଆୟୋଜନ କରିବାରେ ସିଜିଏମ (ଏଚ&ଏ)ଙ୍କ ମାର୍ଗଦର୍ଶନରେ ଓ ଶ୍ରୀ ରାଜରାମ ମିଶ୍ରଙ୍କ ନେତୃତ୍ତୋରେ ୱେଲଫେୟର କମିଟିର ସଦସ୍ୟମାନେ ଓ ଅନ୍ୟାନ୍ୟ ଅଧିକାରୀ ଯଥା ସମୀର ମାଝି (ଲୋକ ସମ୍ପର୍କ ଅଧିକାରୀ), କେକେ ବେହେରା, ହରିହର ଶ , ପିକେ ମଲ୍ଲିକ ଓ ଅନ୍ୟମାନେ ସହଯୋଗ କରିଥିଲେ।

