ଭୁବନେଶ୍ୱର – ନବୀନ ନିବାସ ଠାରେ ମଙ୍ଗଳବାର ଦିନ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳର ୧୦ ଜଣ ବିଧାୟକମାନଙ୍କ ସହ ବିଭିନ୍ନ ଆଲୋଚନା କରିଛନ୍ତି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିବା ବେଳେ ତାଙ୍କ ସହିତ ନବୀନ ପଟ୍ଟନାୟକ ଆଲୋଚନା କରି ଅନୁଗୁଳ ଜିଲ୍ଲାବାସୀଙ୍କ ସୁବିଧା ଅସୁବିଧା ବୁଝିଛନ୍ତି।

ଅନୁଗୁଳ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ସମେତ ତାଳଚେର ନିର୍ବାଚନମଣ୍ଡଳୀରେ ବିକାଶ ଓ ସଙ୍ଗଠନ ବିଷୟରେ ନବୀନ ପଚାରି ବୁଝିଥିଲେ । ଏହା ସହ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ରଖିବାକୁ ବିଜୁ ଜନତା ଦଳର ସୁପ୍ରିମୋ ପରାମର୍ଶ ଦେଇଛନ୍ତି। ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝି ସମାଧାନ କରିବାର ଚେଷ୍ଟା କରିଵାକୁ ସେ ପରାମର୍ଶ ଦେଇଥିଲେ । ଲୋକଙ୍କ ସମସ୍ୟା ପ୍ରଶାସନ ନିକଟରେ ପହଞ୍ଚାଇବା ସହ ଲୋକ କିଭକି ସୁଫଳ ପାଇ ପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ ।

