ଛାତ୍ରୀଙ୍କୁ କମେଣ୍ଟ କରି ବନ୍ଧାହେଲେ ଦୁଇ ରୋଡ଼ ରୋମିଓ

ଛେଣ୍ଡିପଦା – ଦୁଇ ରୋଡ୍ ରୋମିଓଙ୍କୁ ଗିରଫ କଲା ପୁଲିସ । ଜଣେ ଛାତ୍ରୀ କଲେଜରୁ ଛେଣ୍ଡିପଦା ମେଡିକାଲ ପଛପାଖ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ କମେଣ୍ଟ କରି ବନ୍ଧା ହେଲେ ଏହି ଦୁଇ ରୋଡ୍ ରୋମିଓ । ରୋଡ଼ ରୋମିଓ ମାନେ ନବାଲିକାଙ୍କ ମୁହଁକୁ ସିଗାରେଟ ଧୂଆଁ ଛାଡ଼ିବା ସହିତ ଆଶାଳିନ କମେଣ୍ଟ କରିଥିଲେ । ଅଭିଯୋଗ ପରେ ଛେଣ୍ଡିପଦା ପୁଲିସ ରୋଡ଼ ରୋମିଓ ଦୁଇଜଣଙ୍କୁ ଗିରଫ କରିଛି ।

ଗିରଫ ଯୁବକ ମାନେ ହେଲେ ଅନ୍ଧାରୀକଟା ଗାଁର ମନୋଜ ବାରିକ ଓ କଣିହାଁ ଥାନା କାକୁଡ଼ିଆ ଗାଁର ନିର୍ମଳ ବାରିକ । ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ଛାତ୍ରୀ କଲେଜରୁ ଛେଣ୍ଡିପଦା ମେଡିକାଲ ପଛପାଖ ଦେଇ ଘରକୁ ଫେରୁଥିବା ବେଳେ ଏହି ରୋଡ଼ ରୋମିଓ ମାନେ ଏକ ମୋଟରସାଇକେଲରେ ଛାତ୍ରୀଙ୍କ ପିଛା କରିଥିଲେ । ଏପରିକି ଛାତ୍ରୀଙ୍କୁ ଆଶାଳିନ କମେଣ୍ଟ କରିବା ସହିତ ମୁହଁକୁ ସିଗାରେଟ ଟାଣି ଧୂଆଁ ଛାଡିଥିଲେ । ଏନେଇ ଛାତ୍ରୀ ଜଣଙ୍କ ଘରେ ଘଟଣା ସମ୍ପର୍କରେ କହିଥିଲେ । କହିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଛେଣ୍ଡିପଦା ପୁଲିସ ରୋଡ଼ ରୋମିଓଙ୍କୁ ଗିରଫ କରିବା ସହିତ ସେମାନଙ୍କର ମୋଟରସାଇକେଲକୁ ଜବତ କରିଛି । ଏନେଇ ପୁଲିସ ପକସୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ଗିରଫ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page