ଛେଣ୍ଡିପଦା – ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଂଚାୟତ ବରନାଳି ଗାଁରେ ଏକ ଦିବାରାତ୍ର ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଯାଇଛି । ବରନାଳି ଭଲିବଲ ଆସୋସିଏସନ ତରଫରୁ ଆୟୋଜିତ ଏହି ପ୍ରଦୀପ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟରେ ବରନାଳି , ବାସନ୍ତୀ ଭଳିବଲ ଅନୁଗୁଳ , ଅଜିତ ଫାଇଟର , ସନ୍ତରାବନ୍ଧ , କଂସମୁଣ୍ଡା , ବ୍ରାହ୍ମଣବିଲ , ଏନଟିପିସି , ଛେଣ୍ଡିପଦା ଭଳି ୮ ଟି ଦଳ ଭାଗ ନେଇଥିଲେ ।

ବାଗଡ଼ିଆ ଥାନା ଅଧିକାରୀ ଦେବବ୍ରତ ନାୟକ ଓ ବାଗଡ଼ିଆ ମେଡିକାଲର ଡାକ୍ତର ରାକେଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମୁହୂର୍ତ୍ତରେ ପୂର୍ବତନ ବିଧାୟକ ସୁଶାନ୍ତ ବେହେରା , ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥ , କୃପାସିନ୍ଧୁ ବିଶ୍ୱାଳ ଆଦି ଅତିଥି ଭାବେ ଯୋଗ ଦେଇ ଆୟୋଜକ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଲିଗ ପର୍ଯ୍ୟାୟରେ ଖେଳ ହୋଇଥିବା ବେଳେ ସନ୍ତରାବନ୍ଧକୁ ହରାଇ ବାସନ୍ତୀ ଭଲିବଲ ଏବଂ ଅଜିତ ଫାଇଟରକୁ ହରାଇ ବ୍ରାହ୍ମଣବିଲ ଫଳ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚରେ ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଶେଷରେ ବାସନ୍ତୀ ଭଲିବଲ ଅନୁଗୁଳ ଦଳ ବ୍ରାହ୍ମଣବିଲ ଦଳକୁ ୨୫-୨୦ ଓ ୨୫-୧୮ ରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନୀ ଉତ୍ସବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଇଣ୍ଟିଷ୍ଟ ଶେଷଦେଵ କିଷାନ , ସମ୍ବଲପୁର ଏମ୍ ପି ଙ୍କ ନୋମିନି ସୁଦୀପ ଗଡ଼ନାୟକ , ଜିଲ୍ଲା ପରିଷଦ ମେମ୍ବର ଯଶୋବନ୍ତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଅନୁଗୁଳ ବାସନ୍ତୀ ଭଲିବଲ ଦଳର ଖେଳାଳି ଚିଣ୍ଟୁ ବେଷ୍ଟ ଲିବେରୋ , ମୋହିତ ବେଷ୍ଟ ସେଟର ଓ ରିଜୁଆନ ବେଷ୍ଟ ଆଟାକର ଭାବେ ପୁରସ୍କୃତ ହୋଇଥିଲେ । ବିଜୟ ବାଘ , ତୁଷାରକାନ୍ତ ପ୍ରଧାନ , ତପନ ପ୍ରଧାନ , ଉଦିତ କୁମାର ଗଡ଼ନାୟକ , ଅନିଲ କୁମାର ପ୍ରଧାନ ଆଦି ଏହି ଟୁର୍ଣ୍ଣାମେଣ୍ଟରେ ଖେଳ ପରିଚାଳନା କରିଥିବା ବେଳେ ନଗେନ ନାଥ ଧାରାବିବରଣୀ ପ୍ରଦାନ କରିଥିଲେ । ଆୟୋଜକ ଦଳର ପ୍ରଭାସ ବେହେରା , ଟ୍ଵିଙ୍କିଲ ସାହୁ , ଦିବ୍ୟଜ୍ୟୋତି ପଣ୍ଡା , ହେମନ୍ତ ସାହୁ , ରିଙ୍କଲ ସାହୁ ଆଦି ସହଯୋଗ କରିଥିଲେ ।

