କୋଟିଏରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ –  ୫ ଜଣ ଗିରଫ

ଅନୁଗୁଳ – ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଜରପଡା ପୁଲିସ, ଅବକାରୀ, ରାଜସ୍ୱ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ବକଳା ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୧ କୋଟିରୁ ଉର୍ଦ୍ଧ ଟଙ୍କାର ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଥିବା ଜଣା ପଡିଛି । ଗିରଫ ମାନେ ହେଲେ ବକଳା ଗାଁର ରବୀନ୍ଦ୍ର ଦେହୁରୀ, ବଳରାମ ସିଂହ, ଗୋବିନ୍ଦ ଗଡ଼ନାୟକ, ଯୋଗେଶ୍ୱର ବିଶ୍ୱାଳଙ୍କ ସମେତ ଜଣେ ମହିଳା ।

ସୂଚନା ଅନୁସାରେ , ଜରପଡା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜରପଡା ଥାନା ବକଳା ଅଞ୍ଚଳରେ ମିଳିତ ଚଢ଼ାଉ କରିଥିଲେ । ବକଳା ଗାଁ ନିକଟସ୍ଥ ସରଂକ୍ଷିତ ଜଙ୍ଗଲରେ ଲାଗିଥିବା ପ୍ରାୟ ୯. ୭୧ଏକରରୁ ଉର୍ଦ୍ଧ ଜମିରୁ ୧୦ ହଜାରରୁ ଉର୍ଦ୍ଧ ପରିପକ୍ୱ ବେଆଇନ ଗଞ୍ଜେଇ ଗଛକୁ କାଟି ,ପୋଡି ନଷ୍ଟ କରିଦିଆଯାଇଥିବା ବେଳେ ବକଳା ଗାଁର ୪ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିଥିଲେ । ନଷ୍ଟ କରାଯାଇଥିବା ଗଂଜେଇର ମୂଲ୍ୟ ପ୍ରାୟ ୧କୋଟିରୁ ରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବେ ଅନୁଗୁଳ ଆଶିଷ୍ଟଣ୍ଡ କଲେକ୍ଟର ପ୍ରିୟଙ୍କା ପାଲଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛ ଗୁଡିକୁ କଟାଯାଇ ପୋଡି ଦିଆଯାଇଥିଲା । ଏନେଇ ଜରପଡା ପୁଲିସ ଥାନା କେସ ନଂ ୩୬/୨୬ରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ଛାନ ଭିନ ଚଳାଇଛି । ଏହି ଚଢ଼ାଉରେ ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ, ଅବକାରୀ, ପୁଲିସ, ରାଜସ୍ୱ ଓ ବନବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page