ଅନୁଗୁଳ – ପରିବାରିକ ବିବାଦ ଘଟଣାରେ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଶ୍ରୀଧର ମୁଣ୍ଡାକୁ ବୁଧବାର ଅନୁଗୁଳ ଅତିରିକ୍ତ ଜିଲା ଓ ସେସନ୍ସ ଜଜ (ଭିଜିଲାନ୍ସ) ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ଦେଇଛନ୍ତି । ଏହା ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନଦୟ ହେଲେ ଅତିରିକ୍ତ ୩ ମାସ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି ।

ପୁରୁଣାକୋଟ ଥାନା କେସ୍ ନଂ-୧୦, ତାରିଖ ୨୫.୦୧.୨୦୨୪ ଆଧାରରେ ଏହି ମାମଲା ରୁଜୁ ହୋଇ ଆଦାଲତରେ ବିଚାରାଧୀନ ଥିଲା। ମାମଲାର ଶୁଣାଣି ସମୟରେ ପ୍ରମାଣ ଓ ସାକ୍ଷୀ ମାନଙ୍କ ବୟାନ ଆଧାରରେ ଅଭିଯୁକ୍ତ ତାଙ୍କ ସ୍ତ୍ରୀ ସସ୍ମିତା ମୁଣ୍ଡାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସ୍ପଷ୍ଟ ହେବା ପରେ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।ଏହି ମକଦମାରେ ସରକାର ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ ମକଦମା ପରିଚାଳନା କରିଥିଲେ।

