ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ହେଲେ ବବିତା

ଅନୁଗୁଳ – ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ଭାବରେ ବବିତା ପ୍ରଧାନ ନିଯୁକ୍ତି ହୋଇଛନ୍ତି ।

ବବିତାଙ୍କ ଏହି ନିଯୁକ୍ତି ପରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା, ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଉପ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ଦଳ ଅନ୍ୟ ନେତୃବନ୍ଦ  ସାକ୍ଷାତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ନେତୃତ୍ୱ, ନିଷ୍ଠା ଓ ଦଳର ସାଙ୍ଗଠନିକ କାର୍ଯ୍ୟପ୍ରତି ସମର୍ପଣ ଦଳକୁ ଆହୁରି ସୁଦୃଢ଼ କରିବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ଉନ୍ନତିରେ ଆପଣମାନଙ୍କ ଭୂମିକା ଉଲ୍ଲେଖନୀୟ ହେବ ବୋଲି ବିଜେଡି ଜିଲ୍ଲା ସଭାପତି ବ୍ରଜ କିଶୋର ପ୍ରଧାନ କହିଛନ୍ତି । ବବିତା ବର୍ତ୍ତମାନ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page