କଣିହାଁ – ଜନ ପ୍ରତିନିଧି ମାନଙ୍କୁ ଗୁରୁତ୍ୱ ଦେଉ ନାହାଁନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଜନ ପ୍ରତିନିଧି ମାନେ ଦେଉଥିବା ପ୍ରସ୍ତାବ ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ କଗିଲେ ମଧ୍ୟ ବ୍ଲକ ପ୍ରଶାସନ ଶୁଣୁ ନାହାଁନ୍ତି । ଏଭକି ଅଭିଯୋଗ ଆଣି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କାର୍ଯ୍ୟାଳୟରେ ଆଜି(ମଙ୍ଗଳବାର) ତାଲା ପକାଇ ଦେଇଥିଲେ କଣିହାଁ ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ସହ ସରପଞ୍ଚ ଓ ସମିତି ସଭ୍ୟ ।

ଅଭିଯୋଗ ଅନୁସାରେ , କଣିହାଁ ବ୍ଲକର ବିଭିନ୍ନ ଜନ ପ୍ରତିନିଧି ମାନଙ୍କୁ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚୂରୁତ୍ବ ଦେଉ ନାହାଁନ୍ତି । ସେମାନେ ଅଭିଯୋଗ କରୁଥିବା ବିଭିନ୍ନ ସମସ୍ୟା ଓ ଦେଇଥିବା ପ୍ରସ୍ଥାବିତ ପ୍ରକଳ୍ପକୁ ମଞ୍ଜୁରୀ ଦେଉନଥିବା ଅଭିଯୋଗ ସହ ଯେଉଁ ପ୍ରକଳ୍ପ କାମ କରାଯାଇଛି ଜନ ପ୍ରତିନିଧି ମାନଙ୍କୁ ଜଣାଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ୧୯ ମାସର ସରକାର ୧୯ ମିଟର କଂକ୍ରିଟି ରାସ୍ତା ନିର୍ମାଣ କରିନଥିବା ସରକାର,୧୯ ଟି ଭତା କରିନଥିବା ସରକାର ଯଦି ଏ ଦାବିକୁ ନ ମାନେ ଆଗକୁ ଏ ଆନ୍ଦୋଳନ ତ୍ରୀବତର ହେବ ବୋଲି ବ୍ଲକ ଅଧ୍ୟକ୍ଷ ଚେତାବନୀ ଦେଇଛନ୍ତି ।


