ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଭେଜିଡ଼ିହ ଗାଁ ନିକଟ ରାସ୍ତା ପାର୍ଶ୍ଵରେ ହୋଇଥିବା ହତ୍ୟାକାଣ୍ଡର ପୁଲିସ ପରଦା ହଟାଇଛି । ଉଭୟ ଜେଲରେ ଥିବା ବେଳେ ଟଙ୍କା ଦେଣନେଣ କରିଥିଲେ । ଏହି ଧର ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ ଗତ ୧୩ ତାରିଖରେ ରାତି ୮ ଟା ବେଳେ ବାଗଡିଆ ଗ୍ରାମର ତୁଷାର କାନ୍ତ ଦେହୁରୀଙ୍କୁ କେହି ହତ୍ୟାକରୀ ଫେରାର ହୋଇ ଯାଇଥିଲା । ଏନେଇ ବାଗଡିଆ ଥାନା ପୋଲିସ, ଥାନା କେସ ନଂ ୩୨/୨୬ରେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ସହାୟତାରେ ତଦନ୍ତ କରିଥିଲା । ପୁଲିସ ମୃତକଙ୍କ ମୋବାଇଲରୁ ହତ୍ୟାକାଣ୍ଡ ସମ୍ପର୍କରେ କିଛି ପ୍ରମାଣ ପାଇବା ପରେ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିଲା । ଗିରଫ ଯୁବକ ଜଣଙ୍କ ହେଲେ ବାଗଡିଆ ଥାନା ଭେଜିଡ଼ିହ ଗ୍ରାମର ଲୋକନାଥ ସାହୁ । ପୁଲିସ ଲୋକନାଥଙ୍କୁ ଭୁବନେଶ୍ୱରରୁ ଗିରଫ କରି ପଚରାଉଚରା କରିଥିଲା । ପୁଲିସ ଲୋକନାଥଙ୍କୁ ଘଟଣା ସ୍ଥଳକୁ ଆଣି ସିନ ରିକ୍ରିଏସନ ବେଳେ ଲୋକନାଥ କିପରି କେଉଁ ସ୍ଥାନରେ ହତ୍ୟା କରିଥିଲା ଏବଂ କିପରି ହତ୍ୟାରେ ବ୍ୟବହୃତ ଭୁଜାଲିକୁ ଲୁଚାଇ ଥିଲା ଗୋଟି ଗୋଟି କରି ସତ ବଖାଣି ଥିଲା ।

ଜଣେ ନାବାଳକ ଆତ୍ମହତ୍ୟା ଘଟଣାରେ ନାବାଳକକୁ ପ୍ରବର୍ତାଇବା ଅପରାଧରେ ଲୋକନାଥ ଜେଲରେ ଥିବା ବେଳେ ତୁଷାର ନିଜ ଜନ୍ମ କଲା ମାକୁ ହତ୍ୟା କରି ଜେଲ ଯାଇଥିଲା । ଜେଲ ଭିତରେ ଉଭୟଙ୍କ ବନ୍ଧୁତା ବଢିଥିଲା । ଲୋକନାଥ ଜେଲରେ ତୁଷାରଙ୍କ ଠାରୁ ଟଙ୍କା ଧାର ଆଣିଥିଲା । ଜେଲରୁ ଉଭୟ ବାହାରିବା ପରେ ଏହି ଧାର ଟଙ୍କା ନେଇ ତୁଷାର ଓ ଲୋକନାଥଙ୍କ ମଧ୍ୟରେ ଅନେକ ଥର ଝଗଡା ହୋଇଛି । ସେହି ଟଙ୍କାକୁ ନେଇ ଗତ ଶୁକ୍ରବାର ତୁଷାର ଭେଜିଡ଼ିହ ଗାଁକୁ ଆସି ଲୋକନାଥଙ୍କୁ ଗାଳିଗୁଲଜ କରିଥିଲା । ଏନେଇ ଲୋକନାଥ ମନରେ ରାଗ ବଢିବା ସହିତ ତାକୁ ରାସ୍ତାରୁ ହଟାଇବା ପାଇଁ ଏକ ବୁଲେଟରେ ଭୁବନେଶ୍ୱରରୁ ଗାଁ କୁ ଆସିବା ବେଳେ ଅନୁଗୁଳରୁ ଆଉ ଜଣେ ଜେଲ ଫେରନ୍ତା ଯୁବକଙ୍କୁ ନେଇ ଭେଜିଡ଼ିହ ଆସିଥିଲେ । ସେଠାରେ ସେ ତୁଷାରଙ୍କୁ ଦେଖିବା ପରେ ବଚସା ହେବା ସହିତ ଭୁଜାଲିରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଯିବା ରାସ୍ତାରେ ଆଉଁଳି ନଦୀରେ ଭୁଜାଲି ଓ ରକ୍ତ ଭିଜା କପଡା ଲୁଚାଇ ଫେରାର ହୋଇ ଯାଇଥିଲା । ପୁଲିସ ହତ୍ୟାରେ ବ୍ୟବହୃତ ଛୁରୀ ଓ ଏକ ବୁଲେଟକୁ ଜବତ ପରେ ଲୋକନାଥକୁ କୋର୍ଟ ଚାଲାଣ କରିଛି ।

