ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସକୁ ଏକ ସଫଳତା ମିଳିଛି । ଗଞ୍ଜେଇ ଚାଲାଣ କରିବାକୁ ପ୍ୟାକିଂ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ବୟ ବାପ – ପୁଅ ହୋଇଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ , ଅନୁଗୁଳ ଜିଲ୍ଲା ଜରପଡା ଷ୍ଟେସନ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ଫୁଟି ହେଉଥିବା ଖବର ପୁଲିସକୁ ମିଳିଥିଲା । ଖବର ମିଳିବା ପରେ ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ନିର୍ଦେଶରେ ଜରପଡା ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଷ୍ଟେସନ ନିକଟ ଶିବ ମନ୍ଦିର ନିକଟରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଘଟଣା ସ୍ଥଳରୁ ବାପା ଅକ୍ଷୟ ସାହୁ ଓ ପୁଅ ଆଲୋକ ସାହୁକୁ ପୁଲିସ କାବୁ କରି ନେଇଥିଲା । ଜାଞ୍ଚ ବେଳେ ତାଙ୍କ ନିକଟରୁ ବସ୍ତାରେ ପ୍ୟାକିଂ ହୋଇଥିବା ୨୨ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୨୦ ହଜାର ୫୦୦ ଟଙ୍କା , ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରିଥିଲା ।


