ବାହାଘର ପାଲଟିଲା ରଣକ୍ଷେତ୍ର – ବର ଓ କନ୍ୟା ଉଭୟ ପକ୍ଷରୁ ଏକାଧିକ ଆହତ

ଛେଣ୍ଡିପଦା – ବାହାଘର ପାଲଟିଲା ରଣ କ୍ଷେତ୍ର । ବରଯାତ୍ରୀ ଓ କନ୍ୟା ପକ୍ଷଙ୍କ ମଧ୍ୟରେ ମାଡିପିଟ । ମାଡପିଟ ବେଳେ ଭୁଜାଲି ଆକ୍ରମଣରେ ବରପକ୍ଷ ଓ କନ୍ୟା ଉଭୟ ପକ୍ଷରୁ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ୧୧ଜଣ ଗୁରୁତର ଆହତଙ୍କୁ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାର ଯାଇଛି l ଏହାକୁ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଭଗଲାକଟା ଗାଁରେ ଉତ୍ତେଜନା ଲାଗିରହିଛି । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଉଭୟ ପକ୍ଷଙ୍କୁ ବୁଝା ଶୁଝା ପାଇଁ ଉଦ୍ୟମ ଚଳାଇଛି ।

ସୂଚନା ଅନୁସାରେ ,ଅନୁଗୁଳ ଖଣ୍ଡହତା ସୁରାବ ଗ୍ରାମର ଜିତେନ୍ଦ୍ର ନାଏକ ବରଯାତ୍ରୀ ଧରି ଛେଣ୍ଡିପଦା ଥାନା ଭାଗଲକଟା ଗାଁ ଆସିଥିଲେ l ବାହାଘର ପ୍ରୋସେସନ ଚାଲିଥିବା ବେଳେ କିଛି ବରଯାତ୍ରୀଙ୍କ ମଧ୍ୟରେ ନିର୍ବାଚନ ଘଟଣାକୁ ନେଇ ମାଡ଼ପିଟ ହୋଇଥିଲେ l ଏହି ମାଡିପିଟ ତୀବ୍ରତର ହେବା ବେଳେ କନ୍ୟାପକ୍ଷର ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ବୁଝାଶୁଝା କରିବା ପାଇଁ ଉଦ୍ୟମ କରିଥିଲେ l କିନ୍ତୁ ବରପକ୍ଷ ଲୋକମାନେ କନ୍ୟାପକ୍ଷର ଗ୍ରାମବାସୀଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହିତ ମାଡପିଟ କରିଥିଲେ l ଫଳରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା l ଏହି ଉତ୍ତେଜନା ବେଳେ ବରଯାତ୍ରୀରେ ଆସିଥିବା ମାଣପୁର ଗାଁ ସିପୁ ନାଏକ, ବୁଲୁ ବେହେରା, ସିଲୁ ବେହେରା ଏବଂ ତାଙ୍କ ସାଥି ଭୁଜାଲି ଓ କଙ୍କଣ ଆକ୍ରମଣ କରିଥିଲେ l ଫଳରେ ବରଯାତ୍ରୀ ଓ କନ୍ୟା ପକ୍ଷର ୧୧ ଜଣ ଗୁରୁତର ଆହତ ହୋଇଥିଲେ l ଆପରପକ୍ଷେ ଏହି ଘଟଣାକୁ ନେଇ କନ୍ୟା ଘର ଗାଁ ଲୋକଙ୍କ ପକ୍ଷରୁ ଗ୍ରାମବାସୀ ବରପକ୍ଷ ଲୋକଙ୍କୁ ଗ୍ରାମରେ ଅଟକ ରଖିଛନ୍ତି l ପୁଲିସ ପହଁଚି ଘଟଣାର ଛାନଭିନ ଚଳାଇଛି l

Advertisement

Leave a Reply

Your email address will not be published. Required fields are marked *

You cannot copy content of this page