ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର – ଟ୍ୟାଙ୍କରରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡ଼ା- ଗୁରୁବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟ ରାଜପଥ ୧୪୯ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା ।  ଦୁର୍ଘଟଣା ପରେ ଟ୍ୟାଙ୍କରରେ ସର୍ଟସର୍କିଟ ହୋଇ ଟ୍ୟାଙ୍କରଟି ସମ୍ପୂର୍ଣ ଜଳି ଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ଭିତରୁ ଡ୍ରାଇଭର ବାହାରି ନପାରି ଜିଅନ୍ତା ଜଳିଯାଥିଲେ ।

ସୂଚନା ଅନୁସାରେ, ଟ୍ୟାଙ୍କରଟି ତାଳଚେର ପଟୁ ପାଲଲହଡା ପଟକୁ ଯାଉଥିବା ଜଣାପଡିଛି । ଖବର ପାଇ ଖମାର ପୁଲିସ ଏବଂ ପାଲଲହଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଭିତରୁ ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି । ଏହା ସହ ପୁଲିସ ଘଟଣାର ଅଧିକ ଦତନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page