ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପରଲୋକ

ପାଲଲହଡ଼ା – ପରଲୋକରେ ପୂର୍ବତନ ସାଂସଦ ତଥା ଦୁଇ ଥରର ବିଧାୟକ ଡ଼ଃ ନାରାୟଣ ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହେଇଥିଲା ।

ଶ୍ରୀଯୁକ୍ତ ନାରାୟଣ ୧୯୭୧ ରୁ ୧୯୭୭ ମସିହା ପର୍ଯ୍ୟନ୍ତ ପାଲଲହଡା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରୁ କ୍ରମାଗତ ଭାବେ ଦୁଇ ଥର ବିଧାୟକ ଥିଲେ । ପରେ ଭାରତୀୟ ଜାତୀୟ କଂଗ୍ରେସରୁ ମଧ୍ୟ ୧୯୮୦-୧୯୮୪ ମସିହା ପର୍ଯ୍ୟନ୍ତ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଗତ ୪ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଅପରାହ୍ନ ୧୨ଟା ୨୩ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଶ୍ରଯୁକ୍ତ ନାରାୟଣଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page