ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ଜଣେ ମୃତ Angul OnlineMarch 24, 2021March 24, 2021 ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ମୃତ ଦିଲ୍ଲୀପ , ଅନୁଗୁଳ ହେମସୁରପଡ଼ାରେ ଗାଡି ଡ୍ରାଇଭର ଭାବେ କାମ କରନ୍ତି । ଆଜି ଭୋର ସମୟରେ ସେ ତାଙ୍କ ମୋଟରସାଇକେଲ (ଓଡ଼ି-୧୯- କିୟୁ-୬୬୫୬)ରେ ବଳରାମ ପ୍ରସାଦରୁ ଅନୁଗୁଳକୁ ଆସୁଥିବା ବେଳେ ସମୁଖରୁ ଆସୁଥିବା ଏକ ଏକ ଟ୍ରାଭେରା (ଓଡ଼ି-୦୨ –ଭି- ୩୬୪୩) ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥଳରେ ଦିଲ୍ଲୀପ ଗୁରୁତର ହୋଇ ପଡ଼ିଥିବାବେଳେ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଅନ୍ୟପଟେ ଗାଡ଼ି ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡିଛି । Advertisement
ଯୁବତୀଙ୍କୁ ଅସଦାଚରଣ କରି ବିଜେପି ଯୁବନେତା ଗିରଫ – କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ ଓ ବିଜେଡି ଅନୁଗୁଳ – ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁଲିସ ବିଜେପିର ଯୁବ…
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ମା ଓ ୩ ବର୍ଷ ପୁଅର ଜୀବନ ଅନୁଗୁଳ – ଜାତୀୟ ରାଜପଥ ୫୫ ର ନୁଆଁହତା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ ଚାପାରେ ମା ଓ ୩ ବର୍ଷ…