ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ଜଣେ ମୃତ Angul OnlineMarch 24, 2021March 24, 2021 ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ମୃତ ଦିଲ୍ଲୀପ , ଅନୁଗୁଳ ହେମସୁରପଡ଼ାରେ ଗାଡି ଡ୍ରାଇଭର ଭାବେ କାମ କରନ୍ତି । ଆଜି ଭୋର ସମୟରେ ସେ ତାଙ୍କ ମୋଟରସାଇକେଲ (ଓଡ଼ି-୧୯- କିୟୁ-୬୬୫୬)ରେ ବଳରାମ ପ୍ରସାଦରୁ ଅନୁଗୁଳକୁ ଆସୁଥିବା ବେଳେ ସମୁଖରୁ ଆସୁଥିବା ଏକ ଏକ ଟ୍ରାଭେରା (ଓଡ଼ି-୦୨ –ଭି- ୩୬୪୩) ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥଳରେ ଦିଲ୍ଲୀପ ଗୁରୁତର ହୋଇ ପଡ଼ିଥିବାବେଳେ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଅନ୍ୟପଟେ ଗାଡ଼ି ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡିଛି । Advertisement
ପିଲା ଚୋରି ସନ୍ଦେହରେ ଅଘୋରି ବାବା ଦଳ ଅଟକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଭାଲିଆବେଡା ସରକାରୀ ଉ.ପ୍ରା ବିଦ୍ୟାଳୟରୁ ଛାତ୍ର ଚୋରି କରୁଥିବା ସନ୍ଦେହରେ ଗ୍ରାମବାସୀମାନେ ୯ଜଣ ଅଘୋରୀ ବାବାଙ୍କୁ ଧରି ପୁଲିସ…
ଦୂର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା…
ନବବିବାହିତା କିଶୋରୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଦୁର୍ଗାପୁର ଗ୍ରାମରୁ ଏକ ନବବାହିତା କିଶୋରୀଙ୍କୁ ଚାଇଲ୍ଡ ଲାଇନ ଅନୁଗୁଳ ଦ୍ଵାରା ଉଦ୍ଧାର କରାଇଯାଇଛି । କିଶୋରନଗର ବ୍ଲକର…