ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ – ଠକକୁ ବାନ୍ଧିଲା ପୁଲିସ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିରେ ରହିଥିବା ସାଇଲୋରେ ଚାକିରୀ କରାଇଦେବା କହି ୨୦ ଲକ୍ଷ ଟଙ୍କା ଠକିନେଲେ ତିନି ଜଣ ଠକ । ୨୬ ଜଣଙ୍କ ଠାରୁ ଏମସିଏଲର ସାଇଲୋରେ ଚାକିରୀ କରାଇ ଦେବା କହି ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା । ଲୁଟର ଶିକାର ହୋଇଥିବା ବ୍ୟକ୍ତି ମାନେ ଯେତେବେଳେ ମିଛ ଚାକିରୀ ବୋଲି ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇ ତାଳଚେର ଜାମ୍ବୁବାହାଳି ଗ୍ରାମର ଶତ୍ରୁଘ୍ନ ରଣାଙ୍କୁ ବାନ୍ଧିଛି ଗୋପାଳ ପ୍ରସାଦ ପୋଲିସ । ଅନ୍ୟପଟେ ଆଉ ଦୁଇଜଣ ଠକ ଫେରାର ହୋଇଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ଅନୁଗୁଳ ଓ ତାଳଚେରର ବିଭିନ୍ନ ଅଞ୍ଚଳରୁ ପାଖା ପାଖି ୨୬ ଜଣଙ୍କ ଠାରୁ ଏମ.ସି .ଏଲ ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନାଁରେ ଏହି ଟଙ୍କା ଲୁଟିଥିଲେ ତିନି ଠକ । ଖାଲି ସେତିକି ନୁହଁ ସମସ୍ତଙ୍କୁ ମିଛ ନିଯୁକ୍ତି ପତ୍ର ପ୍ରଦାନ କରି ଖଣିରେ ଏକ ଘରେ

ଫୋଟୋ ଉଠାଇ ତାଙ୍କ ହାଜିରା ପଡୁଥିବା କହି ତାଙ୍କୁ ଠକି ଚାଲିଥିଲେ । ତେବେ କିଛି ମାସ ଯିବା ପରେ ତାଙ୍କୁ କୌଣସି ଦରମା ମିଳିନଥିଲା । ଯାହାକୁ ନେଇ ଯୁବକ ମାନେ କମ୍ପାନୀ ସହ ବିଭିନ୍ନ ଲୋକଙ୍କୁ ପଚରା ଉଚରା କରି ଜାଣିବାକୁ ପାଇଥିଲେ ଯେ ସେମାନେ ପାଇଥିବା ନିଯୁକ୍ତି ପତ୍ର ମିଥ୍ୟା ବୋଲି । ପରେ ଟଙ୍କା ଦେଇଥିବା ଯୁବକମାନେ ଟଙ୍କା ଫେରାଇବାକୁ ବାରମ୍ବାର କହିଥିଲେ ମଧ୍ୟ ସେ ଟଙ୍କା ନ ଫେରାଇବାରୁ ସମସ୍ତ ଯୁବକ ଗୋପାଳପ୍ରସାଦ ଥାନାର ଦ୍ୱାରସ୍ଥ ହେବା ସହ ତିନି ଜଣ ଠକଙ୍କ ନାମରେ ଅଭିଯୋଗ କରିଥିଲେ । ପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଜଣେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page