ରୂପା ଗହଣା ସହ ଆଣ୍ଟିକ୍ ସାମଗ୍ରୀ ଓ ଗିଫ୍ଟ କଲେକ୍ସନ ଉପଲବ୍ଧ; ୮୫ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ବାଏ ବ୍ୟାକ୍ ସୁବିଧା
ଅନୁଗୋଳ – ଅନୁଗୋଳବାସୀଙ୍କ ପାଇଁ ରୂପା ଗହଣାର ଏକ ନୂଆ ଠିକଣା ଭାବେ ‘ଚାନ୍ଦି ଉତ୍ସବ’ର ପ୍ରଥମ ନିଜସ୍ୱ ସିଲଭର ଜୁଏଲେରୀ ଷ୍ଟୋର ଉଦ୍ଘାଟିତ ହୋଇଛି। ଏହି ଅବସରରେ ଷ୍ଟୋର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି, ଶୁଭେଚ୍ଛୁ, ସ୍ଥାନୀୟ ଲୋକଙ୍କ ସମେତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

ଷ୍ଟୋର ପରିଚାଳନା ପକ୍ଷରୁ କୁହାଯାଇଛି ଯେ, ଏହା କେବଳ ଏକ ଜୁଏଲେରୀ ଷ୍ଟୋର ନୁହେଁ, ବରଂ ରୂପା ଗହଣାକୁ ଆଧୁନିକ ଫ୍ୟାସନ୍ ଓ ନୂଆ ଡିଜାଇନ୍ ସହ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାର ଏକ ପ୍ରୟାସ। ସୁନାର ଦର ବୃଦ୍ଧି ଯୋଗୁଁ ଅନେକଙ୍କ ପାଇଁ ଗହଣା କିଣିବା କଷ୍ଟକର ହେଉଥିବାରୁ ରୂପାକୁ ଏକ ଆକର୍ଷଣୀୟ ବିକଳ୍ପ ଭାବେ ଲୋକପ୍ରିୟ କରିବା ଏହାର ଲକ୍ଷ୍ୟ।
ଏହି ଷ୍ଟୋରରେ ଭାରତର ବିଭିନ୍ନ ଅଞ୍ଚଳ ସମେତ ବିଦେଶୀ ଡିଜାଇନ୍ର ରୂପା ଗହଣା, ଆଧୁନିକ ଫ୍ୟାସନ୍ ଜୁଏଲେରୀ, ସିଲଭର ୟୁଟେନସିଲ୍ସ, ଆଣ୍ଟିକ୍ ସାମଗ୍ରୀ ଓ ବିଭିନ୍ନ ପ୍ରକାରର ଉପହାର ସାମଗ୍ରୀ ଉପଲବ୍ଧ ରହିଛି।
ଷ୍ଟୋରର ଅନ୍ୟତମ ଆକର୍ଷଣ ହେଉଛି ବାଏ ବ୍ୟାକ୍ ସୁବିଧା। ଷ୍ଟୋର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସେଠାରୁ କିଣାଯାଇଥିବା ଯୋଗ୍ୟ ରୂପା ଗହଣା ଉପରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ଏବଂ ନିର୍ଦ୍ଦିଷ୍ଟ ଶୁଦ୍ଧ ରୂପା ସାମଗ୍ରୀ ଉପରେ ୯୫ ପ୍ରତିଶତ ପର୍ଯ୍ୟନ୍ତ ବାଏ ବ୍ୟାକ୍ ସୁବିଧା ମିଳିବ। ତେବେ ଏହି ସୁବିଧା ନିର୍ଦ୍ଦିଷ୍ଟ ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଲାଗୁ ହେବ।
ରୂପା ଗହଣାକୁ ଷ୍ଟାଇଲ୍, ବିଶ୍ୱାସ ଓ ଆଧୁନିକ ଫ୍ୟାସନ୍ର ଏକ ନୂଆ ପରିଚୟ ଦେବା ସହ ଗ୍ରାହକଙ୍କ ଆସ୍ଥା ଜିତିବା ହେଉଛି ‘ଚାନ୍ଦି ଉତ୍ସବ’ ପରିବାରର ମୁଖ୍ୟ ଲକ୍ଷ୍ୟ ବୋଲି ଷ୍ଟୋର ପକ୍ଷରୁ ପ୍ରକାଶ କରାଯାଇଛି।

