ଆଞ୍ଚଳିକ ହୋଲି ଖେଳି ତଣ୍ଡ ଗଣିଲେ ଯୁବକ Angul OnlineMarch 29, 2021March 29, 2021 କିଶୋରନଗର – ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲି ଖେଳ ଉପରେ କଟକଣା ଲଗାଇଥିଲେ । ତେବେ ଅନୁଗୁଳ ଜିଲାର ବିଭିନ୍ନ ସ୍ଥାନରେ କିଛି ଅମାନିଆ ଏହି କଟକଣାକୁ ଖାତିର କରି ନଥିଲେ । ତେବେ ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳରେ ସର୍ବସାଧାରଣରେ କଟକଣା ଭଙ୍ଗ କରି ହୋଲି ଖେଳୁଥିବା ଅଭିଯୋଗରେ ତହସିଲ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଟକଣା ଭଙ୍ଗ କରି ହୋଲି ଖେଳୁଥିବା ପ୍ରାୟ ୨୦ ଜଣଙ୍କ ଠାରୁ ୨୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି । Advertisement
ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା…
କୂଅ ଭିତରୁ ମିଳିଲା ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ଘର ଖିଣ୍ଡା ଗ୍ରାମରେ…
ବର୍ଷାରେ ବେହାଲ ଅନୁଗୋଳ ଅନୁଗୋଳ – ଜାତୀୟ ରାଜପଥ ରେ ଲହଡି ମାରୁଛି ପାଣି , ଘର ଭିତରେ ଆଣ୍ଠୁଏ ପାଣି , ଗାଡି ପାଣିରେ ଭାସୁଛି । ଦୁଇଦିନ ଲଗାଣ…