ମୁଖ୍ୟ ଖବର ଟ୍ରେନରେ ଠିକା ଶ୍ରମିକଙ୍କ ମୃତ Angul OnlineApril 2, 2021April 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଡେରା ଗାଁ ପାଖରେ ଥିବା ଅନନ୍ତ କୋଇଲା ଖଣିର ୫ ଓ ୬ ରେଲୱେ ସାଇଡିଂରେ ଟ୍ରେନରେ କଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ରାଜୁ ବାବାଙ୍ଗା । ସେ ବଲଣ୍ଡା ସ୍ଥିତ ଚଟିଆହାଟିଂର ବୋଲି ଜଣାପଡିଛି । ସୂଚନା ଅନୁସାରେ ରାଜୁ PRCL କମ୍ପାନୀରେ ଚେକିଂ ଲେବର ରୂପେ କାର୍ଯ୍ୟରତ ଥିଲେ । ଆଜି ରାତିରେ ସେ ସେଠାରେ କାମ କରୁଥିବା ସମୟରେ କୌଣସି କାରଣ ବଶତଃ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋଲିୟାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେପଟେ କ୍ଷତିପୂରଣ ଦାବିରେ ଠିକା ଶ୍ରମିକ ମାନେ ଧାରଣାରେ ବସିଛନ୍ତି । Advertisement
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…
ଅଜାଡିଲା , ଉଜାଡିଲା -ଗୁରୁବାର ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ଅନୁଗୋଳ – ଗତ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅନୁଗୋଳ ଜିଲ୍ଲାରେ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଅଞ୍ଚଳ ଏକ ପ୍ରକାର ବେହାଲ ପରିସ୍ଥିତି…
୨୪ ତାରିଖ ୧୨ ଘଣ୍ଟିଆ ପାଲଲହଡା ବନ୍ଦ ପାଲଲହଡା – ଜାତୀୟ ରାଜପଥ ନଂ ୧୪୯ ର ଦୁରବସ୍ଥା ଏବଂ ଜାତୀୟ ରାଜପଥ ନଂ ୪୯ ର ସ୍ଥାନୀୟ ଶିବମନ୍ଦିରକୁ ଅଣ୍ଡରପାସ ରାସ୍ତା ନିର୍ମାଣ ଦାବିରେ…