ମୁଖ୍ୟ ଖବର ଦୁଇ ଜଣଙ୍କୁ କଚାଡି ମାରିଲା ହାତୀ Angul OnlineApril 7, 2021April 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁର ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ଭୋରରୁ ମହୁଲ ଗୋଟାଇବାକୁ ଯାଇଥିବା ସେହି ଗାଁର ସୁଆଦି ସେଠି ପ୍ରଥମେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ କଚାଡି ମାରି ଦେଇଥିଲା । ପରେ କାଠିଆ(ପଂଚାନନ) ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ରାସ୍ତାରେ ସାଇକେଲ ଧରି ଫେରୁଥିବା ବେଳେ ତାଙ୍କୁ ମଧ୍ୟ ହାତୀ ଗୋଡ଼ାଇ ମାରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁକୁ ନେଇ ଗାଁରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ଛେଣ୍ଡିପଦା ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ତଦନ୍ତ କରା ଯାଉଛି । ସେପଟେ ହାତୀଟି ଦେବଗଡ ଜଙ୍ଗଲରୁ ପଳାଇ ଆସିଥିବା ଜଣା ପଡିଛି । Advertisement
ସିଂହଦ୍ଵାର ସମ୍ମୁଖରେ ତିନି ରଥ – ବର୍ଷାକୁ ଖାତିର କଲେଣି ଭକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଶୈଳ ଶ୍ରୀକ୍ଷେତ୍ରରେ ସନ୍ଧ୍ୟା ସୁଦ୍ଧା ତିନି ରଥ…
ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ – ଦ୍ଵିତୀୟ ଥର ପାଇଁ ଅମ୍ବିକା ସଭାପତି ଅନୁଗୋଳ – ଚଳିତ ୨୦୨୩-୨୫ ବର୍ଷ ପାଇଁ ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଦିନ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ…
କ୍ୟାମେରା ନଜରରେ ଅନୁଗୁଳ ସହର ଅନୁଗୁଳ – ସିସି ଟିଭି ନଜରରେ ରହିବ ଅନୁଗୁଳ ସହର । ମୁଖ୍ୟ ବଜାର ସମେତ ଗଳିକନ୍ଦିରେ ଲାଗିବ ସିସି ଟିଭି କ୍ୟାମେରା ଅନୁଗୁଳ ପୌରପାଳିକା ପକ୍ଷରୁ…