ମୁଖ୍ୟ ଖବର ଦୁଇ ଜଣଙ୍କୁ କଚାଡି ମାରିଲା ହାତୀ Angul OnlineApril 7, 2021April 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁର ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ଭୋରରୁ ମହୁଲ ଗୋଟାଇବାକୁ ଯାଇଥିବା ସେହି ଗାଁର ସୁଆଦି ସେଠି ପ୍ରଥମେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ କଚାଡି ମାରି ଦେଇଥିଲା । ପରେ କାଠିଆ(ପଂଚାନନ) ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ରାସ୍ତାରେ ସାଇକେଲ ଧରି ଫେରୁଥିବା ବେଳେ ତାଙ୍କୁ ମଧ୍ୟ ହାତୀ ଗୋଡ଼ାଇ ମାରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁକୁ ନେଇ ଗାଁରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ଛେଣ୍ଡିପଦା ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ତଦନ୍ତ କରା ଯାଉଛି । ସେପଟେ ହାତୀଟି ଦେବଗଡ ଜଙ୍ଗଲରୁ ପଳାଇ ଆସିଥିବା ଜଣା ପଡିଛି । Advertisement
ଜିଲ୍ଲାରେ ଦୁଇ ନୁଆଁ ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଅନୁଗୁଳ – ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ ୩୦ଟି ନୂଆ ଥାନାର ଉଦଘାଟନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ଭରଚୁଆଲ…
ବକେୟା ବିଲ ପାଇଁ ବ୍ଲାକ ଡାଇମଣ୍ଡ ବିଦ୍ୟୁତ କାଟିଲା ବିଭାଗ – ରାଗରେ ଅଫିସ ପହଞ୍ଚିଗଲେ ଅତିରିକ୍ତ ଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନବ ନିର୍ମିତ ୱାରଲଡ଼ କ୍ଳାସ ଲାଇବ୍ରେରି ବ୍ଲାକ ଡାଇମଣ୍ଡ ଉଦଘାଟନର କେଇଟା ମାସ ଯାଇନି , ହେଲେ ପରିଚାଳନା ଗତ ତ୍ରୁଟି…
ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ବାପା ମୃତ କିଶୋରନଗର – ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ଗଲା ବାପାର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…