Uncategorizedଆଞ୍ଚଳିକ ବନ୍ଦ ପ୍ରତ୍ୟାହୃତ – କେନ୍ଦ୍ର ସରକାର ଦେଲେ ପ୍ରତିଶ୍ରୁତି Angul OnlineApril 7, 2021April 9, 2021 ଅନୁଗୁଳ – ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ପ୍ରଦୂଷଣର ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ବନ୍ଦ କରିଦେଲେ । ଯାହାଫଳରେ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ରୋଜଗାର ହରାଇଲେ । ସେପଟେ ଟିଟିପିଏସ ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ ତଥ୍ୟ ପ୍ରଦାନ କରା ଯାଉ ନାହିଁ କି କାମରେ ଅଗ୍ରଗତି ମଧ୍ୟ କରା ଯାଉ ନାହିଁ । ଏଭଳି ତରବରିଆ ଭାବରେ ଟିଟିପିଏସ୍ ବନ୍ଦକୁ ତୀବ୍ର ବିରୋଧ କରିଛି ବିଜେଡି । ଏଥିପାଇଁ ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଦେଇଥିଲା ଦଳ । ତେବେ ପ୍ରାୟ ୭ ଘଣ୍ଟାର ଆନ୍ଦୋଳନ ପରେ ବନ୍ଦକୁ ପ୍ରତ୍ୟାହାର କରି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବିଜୁ ଜନତା ଦଳ ଜିଲ୍ଲା ସଭାପତି । ତାଙ୍କ କହିବା କଥା ରାଜ୍ୟ ସ୍ତରରୁ ନିର୍ଦେଶକ୍ରମେ ଏହି ବନ୍ଦ ଡାକରା ଦିଆଯାଇଥିଲା । ଆଜି ରାଜ୍ୟ ସରକାର ଓ କେନ୍ଦ୍ର ସରକଙ୍କ ମଧ୍ୟରେ ଟିଟିପିଏସ ବନ୍ଦକୁ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ଏକ ପ୍ରକାର ସଫଳ ହୋଇଛି । ଟିଟିପିଏସ ପ୍ଲାଣ୍ଟକୁ ପୁନଃ ଚାଲୁ କରାଯିବା ସହ ଖୁବ ଶୀଘ୍ର ନୂତନ ପ୍ଳାଣ୍ଟ ଚାଲୁ କରାଯିବ ବୋଲି କେନ୍ଦ୍ର ସରକାର , ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସ୍ତରରୁ ଏହି ସୂଚନା ମିଳିବା ପରେ ଏହି ବନ୍ଦକୁ ଅଧାରୁ ପ୍ରତ୍ୟାହାର କରା ଯାଇଛି । ଏହା ପରେ ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ସରକାର କାର୍ଯ୍ୟ ନକରି ଟିଟିପିଏସ ପ୍ଳାଣ୍ଟ ଚଳାଇବାରେ ଟାଳଟୁଳ ନୀତି ଅବଲମ୍ବନ କାଲେ ଆନ୍ଦୋଳନ ପୁଣି ଥରେ ଜୋରଦାର କରାଯିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ଚେତାବନୀ ମଧ୍ୟ ଦିଆ ଯାଇଛି । Advertisement
ଟ୍ରକ ମାଲିକ ସଂଘ ନିର୍ବାଚନ-ଅମରେଶ ସଭାପତି,ରଜତ ସାଧାରଣ ସମ୍ପାଦକ ଅନୁଗୁଳ – ଚଳିତ ୨୦୨୫/୨୭ ବର୍ଷ ପାଇଁ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ସଂଘର…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ଵାରା ଓଡିଶାରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ଭୁବନେଶ୍ବର – ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ…
ବାପାଙ୍କ ସମୟରେ ଏଫସିଆଇ , ପୁଅ ସମୟରେ ଟିଟିପିଏସ ବନ୍ଦ – ଉଚିତ ଜବାବ ଦେବ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସ୍ଥାନୀୟ କଂଗ୍ରେସ ଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଳଚେର ଥର୍ମାଲ ପ୍ଳାଣ୍ଟକୁ ଯେଉଁଭଳି ରାଜନୈତିକ ଚକ୍ରାନ୍ତ…