ମୁଖ୍ୟ ଖବର କୋଭିଡ କଟକଣା ଉଲ୍ଲଘଂନ କରି ଅଟକ ରହିଲେ ୪ ପୂଜକ Angul OnlineApril 20, 2021April 21, 2021 ତାଳଚେର – କୋଭିଡ କଟକଣା ନ ମାନିବା ମନ୍ଦିର ପୂଜକଙ୍କୁ ମହଙ୍ଗା ପଡିଛି । ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଥାନାରେ ଅଟକ ରଖିଲା ପୁଲିସ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ । ଆଜି ମଙ୍ଗଳା ଓଷା ଥିବା ଯୋଗୁଁ ହାଟତୋଟା ମନ୍ଦିରରେ ବ୍ୟାପକ ଭିଡ଼ ଜମିଥିଲା । ଲୋକ କୋଭିଡ କଟକଣାକୁ ବେଖାତିର କରି ମନ୍ଦିରରେ ପୂଜା କରିଥିଲେ । ଜିଲ୍ଲାରେ କରୋନା ବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଦେବାଳୟରେ ଭିଡ ନ କରି କୋଭିଡ କଟକଣା ମାନି ପୂଜାପାଠ କରିବାକୁ ପୂର୍ବରୁ ନିର୍ଦେଶ ଦେଇଛି । ତେବେ ଏହି ନିର୍ଦେଶକୁ ଫୁ କରି ବ୍ୟାପକ ଭିଡ ଲାଗିଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇ ଥିଲା । ତେବେ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ମନ୍ଦିରର ୪ ଜଣ ପୂଜକଙ୍କୁ ପୁଲିସ ଅଟକ ରଖିଥିଲା । ପରେ ସେମାନଙ୍କୁ ତାଗିଦ କରି ଛାଡି ଦେଇଥିବା ଜଣା ପଡିଛି । Advertisement
ଲକ୍ଷ୍ମୀ ପୂଜାରେ ବୁଲିବେ ପୁଲିସର ଶକ୍ତି ବାହିନୀ ଅନୁଗୁଳ – ଅନୁଗୁଳରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜା ପାଇଁ ଅନୁଗୁଳ ସହର ବେଶ ଚଳଚଞ୍ଚଳ ରହିବ । ଏହି…
ଦୋଳଯାତ୍ରାରେ ବୁଲିଲା ଖଣ୍ଡା – ଦୁଇ ଆହତ ଅନୁଗୁଳ – ଅନୁଗୁଳ ସଦର ଥାନା କୁଶାସିଂହା ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ…
ଦୁର୍ଘଟଣାରେ ଡେଲିଭରି ବୟ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାର ବାଗଡିଆରୁ ନୂଆଗାଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।…