ମୁଖ୍ୟ ଖବର ୱେଲଡିଙ୍ଗ୍ ଦୋକାନ ଘରୁ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର Angul OnlineApril 22, 2021April 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ଏକ ୱେଲଡିଙ୍ଗ୍ ଦୋକାନରୁ ୱେଲଡିଙ୍ଗ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ ସୂଚନା ଅନୁସାରେ ଅନୁଗୁଳ ଥାନା ଖଲାରୀ ଗ୍ରାମର ଅରକ୍ଷିତ(ହରି) ଗଡ଼ନାୟକ ବାଲିପଟ୍ଟାର ଚୌଧୁରୀ ସାହୁଙ୍କ ୱେଲଡିଙ୍ଗ୍ ଦୋକାନରେ ୪ବର୍ଷ ହେବ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ସେହି ଦୋକାନରେ ଅରକ୍ଷିତ ରହି ଆସୁଥିଲେ । ଆଜି ସକାଳେ ଚୌଧୁରୀ ଦୋକାନ ନିକଟରେ ପହଞ୍ଚି ଦୋକାନ ବନ୍ଦ ଥିବାର ଦେଖିଥିଲେ । ସଟର ଖୋଲି ଦୋକାନ ଭିତରକୁ ପଶିବା ପରେ ହରିକୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଛେଣ୍ଡିପଦା ପୋଲିସ ପହଞ୍ଚି ଅରକ୍ଷିତଙ୍କ ମୃତଦେହ ଜବତ ପରେ ବ୍ୟବଛେଦ କରି ଘଟଣାର ତଦନ୍ତ ଚଳେଇଛି । ତେବେ ମରୁତ ଶରୀରର ଅବସ୍ଥିତି ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । Advertisement
ଭୁଜାଲିରେ ହାଣି ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୩ ଲକ୍ଷ ୫୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ । ସୂଚନା…
ମୋଟରସାଇକେଲ – ସ୍କୁଟର ଧକ୍କା ଜଣେ ମୃତ , ଜଣେ ଗୁରୁତର ଅନୁଗୋଳ – ଅନୁଗୋଳ ଟାଉନ୍ ଥାନା କୁରୁଡୁଲ ଠାରେ ଏକ ମୋଟରସାଇକେଲ ଏବଂ ସ୍କୁଟର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଥିବା…
ବ୍ୟାଙ୍କରେ ଲାଗିଲା ନିଆଁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଆକ୍ସିସ ବ୍ୟାଙ୍କରେ ଆଜି ମଧ୍ୟାହ୍ନରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର କାଗଜପତ୍ର ଓ ଆସବାବପତ୍ର ପୋଡି ନଷ୍ଟ…