ବାଣିଜ୍ୟ ରାଜ୍ କୁମାର ଚେୟାରମ୍ୟାନ ଓ ରାଜେଶ କୁମାର ଧଳ କ୍ୟାଟର ନୂତନ ସଭାପତି Angul OnlineApril 23, 2021April 23, 2021 ଅନୁଗୁଳ – କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସର ଦ୍ଵିତୀୟ ସ୍ଥାପନା ଦିବସ ସ୍ଥାନୀୟ ପଞ୍ଚମହଲାସ୍ଥିତ ହୋଟେଲ ଆସିଆନା ହିଲ୍ ଭିୟୁଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ କୋଭିଡ଼ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କ୍ୟାଟର ନୂତନ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ ନେଇଥିଲେ । ନୂତନ କର୍ମକର୍ତ୍ତାମାନଙ୍କ ମଧ୍ୟରେ ରାଜ୍ କୁମାର ଶୁକ୍ଳାଙ୍କୁ ସଂଘର ଚେୟାରମ୍ୟାନ ଓ ରାଜେଶ କୁମାର ଧଳଙ୍କୁ ସଂଘର ସଭାପତି ଭାବେ ଶପଥ ପାଠ କରିଥିଲେ । ସଂଘର ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉପସଭାପତି କୈଳାସ ଜିନ୍ଦଲ , ସମ୍ପାଦକ ରୋହିତ ଲିହାଲା , କୋଷାଧକ୍ଷ ସତ୍ୟନାରାୟଣ ମାଣ୍ଡୋଠିଆ , ଉପଦେଷ୍ଟା କମଲ କୁମାର ଅଗ୍ରୱାଲ ଓ ସ୍କ୍ରିନିଂ କମିଟିର ମୁଖ୍ୟ ଆନନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ । ଏଥିସହିତ କ୍ୟାଟରେ ନୂତନ ସଦସ୍ୟମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଚେୟାରମ୍ୟାନ ଜିତେନ୍ଦ୍ର ଗୁପ୍ତା ଓ ଲିଗାଲ ଆଡ଼ଭାଇଜର ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । Advertisement
ଜିଲ୍ଲାରେ ବୁଲିବ “ଗାଁ ଆମ୍ବ ପସରା ଗାଡି” ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତା ୫ ତାରିଖରୁ ବୁଲିବ ଗାଁ ଆମ୍ବ ପସରା ଗାଡି । ସାମ୍ପ୍ରତିକ ପରିସ୍ଥିତିରେ କରୋନା ନିୟମକୁ ଦୃଷ୍ଟିରେ ରଖ୍ ଉତ୍ପାଦକ…
ବାଜାଜର ସିଏନଜି ଚାଳିତ ମୋଟରସାଇକେଲର ବଜାର ପ୍ରବେଶ ଅନୁଗୁଳ – ବଜାଜ ଅଟୋ ପକ୍ଷରୁ ପ୍ରଥମ ସିଏନଜି ଚାଳିତ ମୋଟରସାଇକେଲ ଫ୍ରିଡମ୍ ୧୨୫ ଅନୁଗୁଳରେ ବଜାର ପ୍ରବେଶ କରିଚ୍ଚି । ସହରର ଯମୁନା ବଜାଜ ଶୋରୁମ…
ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନ ବଜ଼ାର ପ୍ରବେଶ ଅନୁଗୋଳ – ଅନୁଗୋଳ ପଞ୍ଚମହାଲ ସ୍ଥିତ ଅଧିକୃତ ବିକ୍ରେତା LAXMI AUTO COMBINE ଠାରେ ଆନୁଷ୍ଠାନିକ ଭାବେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ଶୁଭଉଦ୍ଘାଟନ ହୋଇଯାଇଅଛି…