ଆଞ୍ଚଳିକ ଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ Angul OnlineApril 27, 2021April 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଗୋହିଲଙ୍କ ମଙ୍ଗଳବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ । ସ୍କୁଲ ପରିଚାଳନା ଛଡା ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା, କରଡ଼ାଗାଡ଼ିଆ ଶ୍ମଶାନରେ ସ୍ନାନାଗାର ନିର୍ମାଣ , କୁଇଓ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ , ପ୍ରତିବର୍ଷ ଗରିବ ଛାତ୍ରଛାତ୍ରୀଙ୍କୁ ଲିଖନ ସାମଗ୍ରୀ ବିତରଣ ଆଦି ସମାଜସେବା ଭଳି କାର୍ଯ୍ୟ କରି ଆସୁଥିଲେ । ସେ ଜଣେ ସରଳ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ସ୍ୱର୍ଗତ ଗୋହିଲଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । Advertisement
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…
କୋଭିଡ କଟକଣାରେ ମା’ବାୟାଣୀ ପୂଜା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଗ୍ରାମର ମା’ବାୟଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ…
ନଗର କଂଗ୍ରେସ ପକ୍ଷରୁ ସହରର ବିଭିନ୍ନ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଅନୁଗୋଳ – ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ନଗର କଂଗ୍ରେସ କମିଟି ତରଫରୁ ନଗର ସଭାପତି ରଶ୍ମିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…