ଆଞ୍ଚଳିକ ଘରୋଇ ସ୍କୁଲ ଫି ଆଦାୟ ପ୍ରସଙ୍ଗ – ୨ ଅଧ୍ୟକ୍ଷଙ୍କ ନାମରେ ରୁଜୁ ହେଲା ମାମଲା Angul OnlineApril 29, 2021April 29, 2021 ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବଢ଼ି ଚାଲିଛି ଅସନ୍ତୋଷ । ରାଜ୍ୟ ସରକାର, ଉଚ୍ଚତମ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶକୁ ଅନୁଗୁଳ ଜିଲ୍ଲାର କେତେକ ଘରୋଇ ସ୍କୁଲ ନିୟମକୁ ବେଖାତିର କରି ମନଇଚ୍ଛା ବେଧଡ଼କ ଭାବେ ଫି ଆଦାୟକୁ ନେଇ ଆଜି ଜିଲ୍ଲା ଅଭିଭାବକ ସଂଘ କୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣା ପଡ଼ିଛି । ସୂଚନା ମୁତାବକ, ବିଭିନ୍ନ ସମୟରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଆରକ୍ଷି ଅଧିକାରୀ, ଉପ ଜିଲ୍ଲାପାଳ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ଗୁଡ଼ିକୁ ବାରମ୍ବାର ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ସମସ୍ତ ସ୍କୁଲ ଏହି ନିର୍ଦେଶକୁ ଅବମାନା କରିଥିଲେ । ଏଥି ଫଳରେ ଛାତ୍ରମାନଙ୍କ ଠାରୁ ଜୋରଜୁଲମ ସ୍କୁଲ ଫି ଆଦାୟ କରିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ପରୀକ୍ଷାଫଳକୁ ୱିଥହେଲଡ କରିବା ଓ ପାଠ ପଢ଼ିବା ପାଇଁ ବହି ନଦେବା ଭଳି ନିନ୍ଦନୀୟ ଘଟଣାକୁ ନେଇ ତାଳଚେର ଅଭିଭାବକ ସଂଘ ତାଳଚେର କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଜି ଅଭିଭାବକ ସଂଘର ସଂଯୋଜକ ସଂଜୀବ୍ ପଟ୍ଟନାୟକ ଓ ଦେବରଞ୍ଜନ ସାମଲଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ସହିତ ତାଳଚେରର ଆଇନ୍ଜୀବୀ ଚିତରଂଜନ ରାଉତ, ପ୍ରଶାନ୍ତ ଦେବତା, ରାହାସ ଜେନା, ବବିତା ଦାଶ ପ୍ରମୁଖ ଦୁଇ ସ୍କୁଲର ଅଧ୍ୟକ୍ଷଙ୍କ ବିରୋଦ୍ଧରେ ମାମଲା ରୁଜୁ କରିଥିଲେ । ଅଭିଯୋଗକୁ ଭିତ୍ତିକରି କୋର୍ଟ କେଶ ନଂ ୩୬/୨୧, ୩୭/୨୧ ୟୁ/ଏସ୍ ୨୯୪, ୧୮୮, ୨୯୪, ୫୦୬, ୩୮୩, ୪୨୦ ଏବଂ ଆଇପିସି ୭୫(ଆଇ), (ଆଇଆଇ), (ଆଇଆଇଆଇ) କରିଛନ୍ତି । ଏଥି ସହିତ ଭାରତୀୟ ଶିଶୁ ସୁରକ୍ଷା ଆଇନ୍ କମିଶନରଙ୍କୁ ପତ୍ର ମାଧ୍ୟମରେ ଜଣା ଯାଇଅଛି । Advertisement
ରାସ୍ତାରେ ଗାଡି ପାର୍କିଂକଲେ – ଅଭିଯୋଗ କରିବାରୁ ଦମ୍ପତ୍ତିଙ୍କୁ ମାଡ ଅଭିଯୋଗ ଅନୁଗୁଳ – ରାସ୍ତାରେ ଗାଡି ରଖି ରାସ୍ତା ଛାଡିଲେ ନାହିଁ , ଯିବା ଆସିବା କରିବାରେ ଅସୁବିଧା ହେବା ପରେ ଦୋକାନୀଙ୍କୁ କହିବାରୁ ଦମ୍ପତ୍ତିଙ୍କୁ ମାଡ ମାରିଲେ…
କଲେଜ ଅଧ୍ୟକ୍ଷଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ ରଞ୍ଜନ ପାତ୍ରଙ୍କ ଅକାଳ ବିୟୋଗ ହୋଇଛି । ସୂଚନା ଯେ ଆଲୋକ ରଞ୍ଜନ ପାତ୍ର ଯୁକ୍ତ…
ଲାବୋରେଟାରୀ ଟେକ୍ନିସିଆନଙ୍କ କଳାବ୍ୟାଜ ପରିଧାନ ଅନୁଗୁଳ – ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି । କ୍ୟାଡର ରୁଲ୍ ରେ ପରିବର୍ତ୍ତନ,…