Uncategorized ମାଛ ଜାଲରେ ପଡିଲା ଅଜଗର Angul OnlineMay 14, 2021May 14, 2021 ଅନୁଗୁଳ – ମାଛ ଜାଲରେ ପଡିଲା ଅଜଗର । ୧ ଘଣ୍ଟା ପରିଶ୍ରମ ପରେ ତାକୁ ସେଥିରୁ ଉଦ୍ଧାର କରା ଯାଇ ପାରିଲା । ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ କରଡିଙ୍ଗବାହାଳ ଗ୍ରାମରେ ଆଜି ଗୋଟିଏ ଅଜଗର ସାପ କୁ ମାଛ ଜାଲ ରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ଗୋପାଳ ବଲ୍ଲବ ସାହୁ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳ ଗୋପାଳ ପହଞ୍ଚି ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ମାଛ ଜାଲକୁ କାଟି ୫ ଫୁଟ ଲମ୍ବର ଅଜଗର କୁ ଉଦ୍ଧାର କରିଥିଲେ । ପରେ ଏହି ସାପଟିକୁ ବାମୁର ବନଖଣ୍ଡ ଅଧିକାରୀ ଙ୍କ ସହାୟତା ରେ ତାର ପ୍ରାକୃତିକ ଆବାସ ସ୍ଥଳି ରେ ଛାଡ଼ି ଦିଆଯାଇଥିଲା । Advertisement
ବିଜେଡ଼ିର ମିଶ୍ରଣ ପର୍ବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ନିର୍ବାଚନ…
ବରଯାତ୍ରୀ ରୋଷଣୀ ବାଣରେ ଜଳିଗଲା ୨୦ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁହାସିଙ୍ଗା ପଞ୍ଚାୟତର ତେନ୍ତୁଳି ପଦର ଗ୍ରାମରେ ଗୁରୁବାର ଅପରାହ୍ନ ରେ ୨୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି…
ଗୋଟିଏ ଦିନରେ ପାଣିରୁ ତିନି ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନର ପାଣି ଭିତରୁ ତିନୋଟି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସୁନାଭୁଇଁ ଗାଁର କମ୍ପ୍ୟୁଟର…