Uncategorized ମାଛ ଜାଲରେ ପଡିଲା ଅଜଗର Angul OnlineMay 14, 2021May 14, 2021 ଅନୁଗୁଳ – ମାଛ ଜାଲରେ ପଡିଲା ଅଜଗର । ୧ ଘଣ୍ଟା ପରିଶ୍ରମ ପରେ ତାକୁ ସେଥିରୁ ଉଦ୍ଧାର କରା ଯାଇ ପାରିଲା । ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ କରଡିଙ୍ଗବାହାଳ ଗ୍ରାମରେ ଆଜି ଗୋଟିଏ ଅଜଗର ସାପ କୁ ମାଛ ଜାଲ ରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ଗୋପାଳ ବଲ୍ଲବ ସାହୁ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳ ଗୋପାଳ ପହଞ୍ଚି ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ମାଛ ଜାଲକୁ କାଟି ୫ ଫୁଟ ଲମ୍ବର ଅଜଗର କୁ ଉଦ୍ଧାର କରିଥିଲେ । ପରେ ଏହି ସାପଟିକୁ ବାମୁର ବନଖଣ୍ଡ ଅଧିକାରୀ ଙ୍କ ସହାୟତା ରେ ତାର ପ୍ରାକୃତିକ ଆବାସ ସ୍ଥଳି ରେ ଛାଡ଼ି ଦିଆଯାଇଥିଲା । Advertisement
ହୋଲିରେ ବୁଲିଲା ଭୁଜାଲି – ଜଣେ ମୃତ ଅନୁଗୁଳ – ରକ୍ତ ରଞ୍ଜିତ ହେଲା ହୋଲି । ଅନୁଗୁଳ ନାଖରାସାହିରେ ଦିନ ଦ୍ବୀପହରରେ ବୁଲିଲା ଭୁଜାଲି । ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି…
ଆସପଣ୍ଡ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡ଼ା ପଞ୍ଚାୟତ ଦାସନାଳି ଗ୍ରାମ ନିକଟସ୍ଥ ଆସପଣ୍ଡ ପୋଖରୀ ନିକଟରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର । …
ରାଜପଥ ଲୁଟ ବେଳେ ଲୁଟେରାକୁ କାବୁ କଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଠାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଲୁଟେରା ମାନେ…