ଆଞ୍ଚଳିକ କୋଭିଡ ନିୟମ ଉଲ୍ଲଂଘନ କରି ସିଲ୍ ହେଲା ଟେକ୍ସଟାଇଲ Angul OnlineMay 19, 2021May 19, 2021 ତାଳଚେର – କୋଭିଡ ନିୟମ ଉଲ୍ଲଂଘନ କରିବା ଯୋଗୁଁ ତାଳଚେର ନୁଆଁ ବଜାରସ୍ଥିତ ଜଗନ୍ନାଥ ଟେକ୍ସଟାଇଲକୁ ଆଜି ପ୍ରଶାସନ ସିଲ୍ କରିଛି । ଏହି ଦୋକାନ କୋଭିଡ ନିୟମ ଉଲ୍ଲଂଘନ କରି ଲକଡାଉନ ସମୟରେ ଖୋଲିଥିବା ବେଳେ ଦୋକାନ ଭିତରେ ୩୦ରୁ ଉର୍ଦ୍ଧ୍ବ ଲୋକ ଦୋକାନ ଭିତରେ ରଖି ବିକ୍ରି କରୁଥିଲା । ଖବର ପାଇ ପ୍ରଶାସନ ସେଠାରେ ପହଞ୍ଚି ଲୋକଙ୍କୁ ଦୋକାନ ବାହାରକୁ ପଠାଇବା ସହ ଅନିର୍ଦିଷ୍ଟ କାଳ ପାଇଁ ଟେକ୍ସଟାଇଲଟିକୁ ସିଲ କରିଛି । ପୂର୍ବରୁ ଏହି ଟେକ୍ସଟାଇଲଟି କୋଭିଡ ନିୟମ ଉଲ୍ଲଙ୍ଘନ କରି ଫାଇନ ଦେଇଥିବା ବେଳେ ଆଜି ଦୋକାନ ଭିତରେ ପୁଣି ଭିଡ଼ ଜମାଇଥିବାରୁ ଏହାକୁ ସିଲ କରାଯାଇଛି । Advertisement
ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲ ଛେଣ୍ଡିପଦା ତହସିଲର କଙ୍କରାଇ ଗ୍ରାମ ପଂଚାୟତର ପିଢଖମଣ ଠାରେ ଗୁରୁବାର ପ୍ରସ୍ତାବିତ ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ବିଭାଗ…
ରାଜ୍ୟ ବାର କାଉନସିଲ ନିର୍ବାଚନ – ସୀତାଂଶୁ ମୋହନ ଦ୍ୱିବେଦୀ ନିର୍ବାଚିତ ଅନୁଗୋଳ – ରାଜ୍ୟ ବାର କାଉନସିଲ ନିର୍ବାଚନ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ୧୫.୦୪.୨୦୨୩ ତାରିଖରେ ସମାପନ ହୋଇଛି । ଯେଉଁଥିରେ କି ୯୬ ଜଣ…
ଥର୍ମାଲ ପ୍ଳାଣ୍ଟ ବନ୍ଦ ନିଷ୍ପତ୍ତିକୁ ବିରୋଧ – ଆଗକୁ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ଅନୁଗୁଳ – ତାଳଚେର ଥର୍ମାଲ ପ୍ଳାଣ୍ଟକୁ ମାର୍ଚ୍ଚ ୩୧ ତାରିଖରେ ବନ୍ଦ କରି ଦିଆଯିବା ନିଷ୍ପତି ପ୍ରତିବାଦରେ ଗୁରୁବାର ଦିନ ସର୍ବଦଳୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ…