ମୁଖ୍ୟ ଖବର ପୋଖରୀରେ ବୁଡି ସମ୍ବରର ମୃତ୍ୟୁ Angul OnlineMay 22, 2021May 22, 2021 ଛେଣ୍ତିପଦା – ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ ୧୧ ଟା ବେଳେ ଏକ ଜଙ୍ଗଲି ସମ୍ବର ଖାଦ୍ୟ ଅନୁସରଣରେ ଗ୍ରାମ ଭିତରକୁ ପଶି ଆସିଥିଲା । ସମ୍ବରକୁ ଦେଖି ଗାଁ ଲୋକେ ପାଟି କରିଥିଲେ । ଲୋକଙ୍କ ପାଟି ଶୁଣି ସମ୍ବରଟି ଗାଁ ଭିତରେ ଏଣେତେଣେ ଦୈଡିବା ପରେ ଶେଷରେ ନିରୁପାୟ ହୋଇ ଗାଁ ମନ୍ଦିର ପୋଖରି ଭିତରକୁ ପଶିଯାଇଥିଲା । ଅନେକ ସମୟ ହେଲା ଫସି ରହିବା ପରେ ଖବର ପାଇ ଛେଣ୍ତିପଦା ବନବିଭାଗ ପହଞ୍ଚି ପୋଖରୀ ଚତୁପାର୍ଶ୍ବରୁ ଲୋକଙ୍କୁ ଘଉଡାଇବା ଚେଷ୍ଟା ଚଳାଇବା ସହିତ ପାଣି ଭିତରେ ପଶି ସମ୍ବରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । ହେଲେ ଶେଷରେ ପାଣି ଭିତରେ ହିଁ ସମ୍ବରଟିର ମୃତ୍ୟୁ ହୋଇ ଯାଇଥିଲା । ବନ ବିଭାଗ ମୃତ ସମ୍ବରଟିର ବ୍ୟବଛେଦ କରି ତଦନ୍ତ କରୁଛି । https://angulonline.com/odia/wp-content/uploads/2021/05/2333.mp4 Advertisement
ରାସ୍ତା କଡରୁ ନାଲକୋ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର – ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCI ର ଚର୍ଚ୍ଚ ନିକଟରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଲୁହା ରଡରେ ମାଡ ମାରି ନାଲକୋର…
ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପୁଲିସ ଟ୍ରେନିଂ କଲେଜ ସମ୍ମୁଖରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…
ସୁରକ୍ଷା ଦାବିରେ କଲେଜ ଛାତ୍ରଙ୍କ ଆନ୍ଦୋଳନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ କଲେଜର ଛାତ୍ର ମାନେ ଆଜି ରାଜରାସ୍ତାରେ ବସିବା ସହ ସୁରକ୍ଷା ଦାବି କରିଛନ୍ତି। କଲେଜର ସୁରକ୍ଷା ବ୍ୟବସ୍ଥାରେ…