ମୁଖ୍ୟ ଖବର ପୋଖରୀରେ ବୁଡି ସମ୍ବରର ମୃତ୍ୟୁ Angul OnlineMay 22, 2021May 22, 2021 ଛେଣ୍ତିପଦା – ପୋଖରୀରେ ବୁଡି ସମ୍ବରର ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କଣଲୋଇ ଗ୍ରାମରେ ଘଟିଛି । ଆଜି ଦିନ ପ୍ରାୟ ୧୧ ଟା ବେଳେ ଏକ ଜଙ୍ଗଲି ସମ୍ବର ଖାଦ୍ୟ ଅନୁସରଣରେ ଗ୍ରାମ ଭିତରକୁ ପଶି ଆସିଥିଲା । ସମ୍ବରକୁ ଦେଖି ଗାଁ ଲୋକେ ପାଟି କରିଥିଲେ । ଲୋକଙ୍କ ପାଟି ଶୁଣି ସମ୍ବରଟି ଗାଁ ଭିତରେ ଏଣେତେଣେ ଦୈଡିବା ପରେ ଶେଷରେ ନିରୁପାୟ ହୋଇ ଗାଁ ମନ୍ଦିର ପୋଖରି ଭିତରକୁ ପଶିଯାଇଥିଲା । ଅନେକ ସମୟ ହେଲା ଫସି ରହିବା ପରେ ଖବର ପାଇ ଛେଣ୍ତିପଦା ବନବିଭାଗ ପହଞ୍ଚି ପୋଖରୀ ଚତୁପାର୍ଶ୍ବରୁ ଲୋକଙ୍କୁ ଘଉଡାଇବା ଚେଷ୍ଟା ଚଳାଇବା ସହିତ ପାଣି ଭିତରେ ପଶି ସମ୍ବରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । ହେଲେ ଶେଷରେ ପାଣି ଭିତରେ ହିଁ ସମ୍ବରଟିର ମୃତ୍ୟୁ ହୋଇ ଯାଇଥିଲା । ବନ ବିଭାଗ ମୃତ ସମ୍ବରଟିର ବ୍ୟବଛେଦ କରି ତଦନ୍ତ କରୁଛି । https://angulonline.com/odia/wp-content/uploads/2021/05/2333.mp4 Advertisement
ଟ୍ରକ ଧକ୍କାରେ ଉଦୀୟମାନ କ୍ରିକେଟ ଖେଳାଳି ମୃତ ଅନୁଗୁଳ – ଅନୁଗୁଳ ଥାନା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଉଦୀୟମାନ କ୍ରିକେଟ ଖେଳାଳି ତଥା ଛାତ୍ରଙ୍କରର ମୃତ୍ୟୁ ହୋଇଛି । ସୁଚନା ଅନୁସାରେ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ପଡି ଯୁବକଙ୍କ ମୃତ୍ୟୁ ଘଟଣା – ୩ ସୁରକ୍ଷାକର୍ମୀ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା କୋଠାରୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଜିଲ୍ଲା…
ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ଆବେଦନ ଅନୁଗୋଳ – ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ଆବେଦନ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ଆବେଦନ କରିଛନ୍ତି ଜଣେ ଦିବ୍ୟଙ୍ଗ ଯୁବକ ।…