ମୁଖ୍ୟ ଖବର ଅନୁଗୁଳ କୋର୍ଟର କଣ୍ଟେନମେଣ୍ଟ ଜୋନ ଅବଧି ବଢିଲା Angul OnlineMay 24, 2021May 24, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା । ଗତ ୧୭ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବାକୁ ନିର୍ଦେଶ ଦିଆ ଯାଇଥିଲା । ତେବେ ବର୍ତ୍ତମାନ ମଧ୍ୟ କରୋନା ପରିସ୍ଥିତି ଥିବା ଯୋଗୁଁ ଏହି କଣ୍ଟେନମେଣ୍ଟ ଜୋନ ଅବଧି ବଢା ଯାଇଛି । ୨୪ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଠାରୁ ଆସନ୍ତା ୩ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟ ଭିତରେ କୋର୍ଟକୁ ବାହାର ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା ବେଳେ ଏହା ଭିତରେ କୋର୍ଟକୁ ବିଶୋଧନ କରାଯିବ । ପରେ ପୁଣି କୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, କୋର୍ଟରେ କାମ କରୁଥିବା ଏକାଧିକ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । Advertisement
ସାମାଜିକ ବାସନ୍ଦ ଯୋଗୁଁ ବଡ଼ପୁଅଙ୍କୁ ମା’ର ଶବ ଛୁଆଁଇ ଦେଲେନି ପାଲଲହଡ଼ା – ୩୦ ବର୍ଷ ପୂର୍ବେ ଗୁଣିଗାରେଡ଼ି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ବାସନ୍ଦ କରାଯାଇଥିବା ବେଳେ ନିକଟରେ ତାଙ୍କୁ ନିଜ ମା’ଙ୍କ ମୃତଦେହ ଛୁଇଁବାକୁ ଦିଆଯାଇ…
ବଣଭୋଜି ପଡିଲା ମହଙ୍ଗା – ଗଣିଲେ ଜୋରିମନା ଅନୁଗୁଳ – ରାଜ୍ୟ ତଥା ଅନୁଗୁଳ ଜିଲ୍ଲାରେ ପୁଣି କୋଭିଡ ପୋଜିଟିଭଙ୍କ ସଂଖ୍ୟା ବଢୁଥିବା ବେଳେ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରା ଯାଇଛି…
ହାତୀ ନେଲା ପୁଣି ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀଙ୍କ ଉତ୍ପାତ ଜିଲ୍ଲାରେ ଥମୁନି। ହାତୀ ହାବୁଡ଼ରେ ପଡି ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଅନୁଗୋଳ ବ୍ଲକ ବସଲା…