ଆଞ୍ଚଳିକ କୁକୁର କାମୁଡାରେ ହରିଣ ମୃତ Angul OnlineMay 27, 2021May 27, 2021 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଅନ୍ତର୍ଗତ ଅନ୍ତୁଳିଆ ଗ୍ରାମରେ ଆଜି କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜରପଡା ବନାଞ୍ଚଳ ଅନ୍ତୁଳିଆ ଜଙ୍ଗଲରୁ ଆଜି ଦିନ ପ୍ରାୟ ସାଢେ଼ ବାରଟା ବେଳେ ଏକ ମାଈ ହରିଣ ଗୋଟାଏ ବେଳେ ଗାଁ ଆଡକୁ ପଳାଇ ଆସିଥିଲା । ଏହି ସମୟରେ ଗାଁ ର ବୁଲା କୁକୁର ହରିଣକୁ ଦେଖି ଗୋଡ଼ାଇଥିଲେ । ହରିଣଟି ଭୟରେ ଗାଁ ପୋଖରୀ ଆଡକୁ ପଳାଉଥିବା ବେଳେ କୁକୁର ମାନେ ତାକୁ ଆକ୍ରମଣ କରିଥିଲେ । କୁକୁର ମାନଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ହରିଣର ମୃତ୍ୟୁ ହୋଇଥିଲା । ମୃତ ହରିଣର ବୟସ ପ୍ରାୟ ୩ ବର୍ଷ ବୋଲି ଜଣା ପଡିଛି । ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ହରିଣର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛନ୍ତି । Advertisement
ବଜ୍ରପାତରେ ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କର ମୃତ ହୋଇଛି । ମୃତକ ଜଣକ ହେଲେ ମାଛକୁଟା ବିଜୟ…
ସ୍ୱାଧୀନତା ଦିବସରେ ସ୍ୱଚ୍ଛତାର ବାର୍ତା ଅନୁଗୁଳ – ଆଜି ସ୍ୱାଧୀନତା ଦିବସ ଅବସରରେ ସ୍ୱଚ୍ଛତାର ସଚେତନତାର ବାର୍ତା ଦେବାକୁ ଅଣ୍ଟା ଭିଡ଼ିଛି ଅନୁଗୁଳ ବ୍ଲକ ପୁରୁଣାଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ।…
ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ସିପିପି ପ୍ଲାଣ୍ଟକୁ ସଂଯୋଗ କରୁଥିବା ରାସ୍ତା ରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗିଲା ଲାଗି…