ଆଞ୍ଚଳିକ କୁକୁର କାମୁଡାରେ ହରିଣ ମୃତ Angul OnlineMay 27, 2021May 27, 2021 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଅନ୍ତର୍ଗତ ଅନ୍ତୁଳିଆ ଗ୍ରାମରେ ଆଜି କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜରପଡା ବନାଞ୍ଚଳ ଅନ୍ତୁଳିଆ ଜଙ୍ଗଲରୁ ଆଜି ଦିନ ପ୍ରାୟ ସାଢେ଼ ବାରଟା ବେଳେ ଏକ ମାଈ ହରିଣ ଗୋଟାଏ ବେଳେ ଗାଁ ଆଡକୁ ପଳାଇ ଆସିଥିଲା । ଏହି ସମୟରେ ଗାଁ ର ବୁଲା କୁକୁର ହରିଣକୁ ଦେଖି ଗୋଡ଼ାଇଥିଲେ । ହରିଣଟି ଭୟରେ ଗାଁ ପୋଖରୀ ଆଡକୁ ପଳାଉଥିବା ବେଳେ କୁକୁର ମାନେ ତାକୁ ଆକ୍ରମଣ କରିଥିଲେ । କୁକୁର ମାନଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ହରିଣର ମୃତ୍ୟୁ ହୋଇଥିଲା । ମୃତ ହରିଣର ବୟସ ପ୍ରାୟ ୩ ବର୍ଷ ବୋଲି ଜଣା ପଡିଛି । ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ହରିଣର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛନ୍ତି । Advertisement
ସ୍ଵାମୀ ଘର ଆଗରେ ସ୍ତ୍ରୀର ଧାରଣା ଅନୁଗୁଳ – ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିବାରୁ ଅନୁଗୁଳ ସଦର ଥାନାରେ ଜଣେ ମହିଳା ଅଭିଯୋଗ କରିବା ସହ ସ୍ବାମୀଙ୍କ ଘର ଆଗରେ ବସି…
ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା…
ବିଜୁ ଯୁବ ଜନତା ଦଳ ଦ୍ବାରା ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରେ , ବିଜୁ ଯୁବ ଜନତା…