ମୁଖ୍ୟ ଖବର ହାତୀଦାନ୍ତ ଜବତ Angul OnlineMay 27, 2021May 27, 2021 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରୁ ବନବିଭାଗ ଏକ ହାତୀଦାନ୍ତ ଠାବ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁ ନିକଟରେ ଥିବା ମିରିଗେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗତ ୨୪ ତାରିଖ ସୋମବାର ସନ୍ଧ୍ୟା ସମୟରେ କିଛି ବନ ବିଭାଗ କର୍ମୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଙ୍ଗଲ ନିକଟରେ ଥିବା ଏକ ପଡିଆରେ ସେମାନେ ଏକ ହାତୀ ଦାନ୍ତ ପଡିଥିବା ଦେଖିବାକୁ ପାଇଥିଲେ । ୱାଚର ଅଜୟ ପ୍ରଧାନ ଦାନ୍ତକୁ ଦେଖି ବନରକ୍ଷୀଙ୍କୁ ଦେଇଥିଲେ । ଉକ୍ତ ବନରକ୍ଷୀ ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକଙ୍କ ଜିମାରେ ଆଣି ସେଇ ହାତୀଦାନ୍ତକୁ ଦେଇଥିଲେ । ହାତୀ ଦାନ୍ତର ଲମ୍ବ ୫୦ ସେମି ହୋଇଥିବା ବେଳେ ଓଜନ ୩ କେଜି ୬ ଶହ ଗ୍ରାମ ଥିବା ଜଣାପଡିଛି । ହାତୀମାନେ ନିଜ ନିଜ ଭିତରେ ଲଢେଇ କରିବା ବେଳେ ହାତୀ ଦାନ୍ତ ଭାଙ୍ଗି ଏଭଳି ପଡିଥିବା ଅନୁମାନ କରା ଯାଉଛି । ତେବେ ପ୍ରକୃତରେ କିଭଳି ହାତୀ ଦାନ୍ତ ସେଠାରେ ପଡିଲା ସେ ନେଇ ତଦନ୍ତ କରା ଯାଉଥିବା ଏବଂ ତଦନ୍ତ ପରେ ଘଟଣାର ସ୍ପଷ୍ଟତା ହେବ ବୋଲି ରେଞ୍ଜର ମାଧବଚନ୍ଦ୍ର ନାଏକ କହିଛନ୍ତି । Advertisement
ଫାଶରେ ପଡିଲା ବାଘ – ଟ୍ରାଙ୍କୁଲାଇଜ କରି ଉଦ୍ଧାର କଲା ବନବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ଏକ କଲପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ପଡିଥିବା ବନ ବିଭାଗର…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ମା ଓ ୩ ବର୍ଷ ପୁଅର ଜୀବନ ଅନୁଗୁଳ – ଜାତୀୟ ରାଜପଥ ୫୫ ର ନୁଆଁହତା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ ଚାପାରେ ମା ଓ ୩ ବର୍ଷ…
ଦୁଇ ଲକ୍ଷ ଲୁଟିଥିବା ସାଇବର ଅପରାଧୀକୁ ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ସିଆଇଏସ୍ଏଫ୍ ୟୁନିଟ୍ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ କିଛିଦିନ ତଳେ ସାଇବର ଲୁଟେରା ମାନେ ଦୁଇ…