ଆଞ୍ଚଳିକ କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ Angul OnlineMay 30, 2021May 30, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି । ତାଙ୍କ ଘର କୋଶଳା ଗ୍ରାମ ଶିମିଳିସାହିରେ ହୋଇଥିବା ବେଳେ ସେ ପ୍ରାୟ ଏକ ସପ୍ତାହ ପୁର୍ବରୁ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ଅନୁଗୁଳ ଏବଂ ପରେ କଟକ ଚିକିତ୍ସା ପାଇଁ ନେଇଥିଲେ । ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ରାମଚନ୍ଦ୍ର ଜଣେ ଛାତ୍ର ବତ୍ସଳ ପରୋପକାରୀ ଭାବେ ସମସ୍ତଙ୍କର ପ୍ରୀୟଭାଜନ ହୋଇପାରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କୋଶଳା ସମେତ ଛେଣ୍ଡିପଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାପୁଜୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ପ୍ରମୁଖ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ତାଙ୍କର ମୃତ୍ୟୁ କରୋନାରେ ହୋଇଥିବା ସନ୍ଦେହ କରା ଯାଉଛି । କଟକ ପୌରପାଳିକା ପକ୍ଷରୁ କୋଭିଡ ନିୟମାନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । Advertisement
ଜିଲ୍ଲାର ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କଲା ଷ୍ଟେଟ୍ ହ୍ୟୁମାନ ରାଇଟସ କାଉନସିଲ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଶେଷ କରି ଡାଳଚେର ସହରର ପ୍ରତ୍ୟୁଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାକୁ ନେଇ ଉଦବେଗ ପ୍ରକାଶ କରିଛି ଷ୍ଟେଟ୍ ହ୍ୟୁମାନ ରାଇଟସ…
ମାଛ ଜାଲରେ ଫସିଲା ଅଜଗର ସାପ – ଉଦ୍ଧାର କଲେ ସର୍ପମିତ୍ର ଅନୁଗୁଳ – ମାଛ ଜାଲରେ ଲାଗିଲା ଅଜଗର ସାପ । ଦୀର୍ଘ ସମୟ ଚେଷ୍ଟା ପରେ ଜାଲ କାଟି ଉଦ୍ଧାର କଲେ ସର୍ପମିତ୍ର ଆଦିତ୍ୟ ବେହେରା ।…
ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ଏନଟିପିସି ଗୋଡ଼ିବନ୍ଧ ରାସ୍ତା ହରିହରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର…