ମୁଖ୍ୟ ଖବର ସିଲ ହେଲା ଦୁଇ ପ୍ରମୁଖ ରାସନ ଦୋକାନ – ୨୦ ହଜାର ଟଙ୍କା ଆଦାୟ Angul OnlineMay 31, 2021May 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏବେ ବି ଜିଲ୍ଲାରେ ଲକଡାଉନ ଓ ସାପ୍ତାହନ୍ତ ସଟଡାଉନ ଚାଲୁ ରହିଛି । ତେବେ ଏହି ସମୟରେ ମଧ୍ୟ କିଛି ଅମାନିଆ ନିୟମ ମାନୁ ନାହାନ୍ତି । ସକାଳ ସମୟରେ ଜରୁରୀ ଦୋକାନ ଖୋଲା ଯାଉଥିବା ବେଳେ ଦୋକାନରେ ନାହିଁ ନଥିବା ଭିଡ ମଧ୍ୟ ହେଉଛି । ଆଉ କିଛି ଦୋକାନୀ ଲୁଛାଛପାରେ ଦୋକାନ ଖୋଲି ବେପାର କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଅନୁଗୁଳ ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରିଛି । ବଜାର ଛକରେ ଥିବା ସୁମନ ଟ୍ରେଡ଼ର୍ସ ଓ ଲକ୍ଷ୍ମୀ ଟ୍ରେଡ଼ର୍ସରେ ବ୍ୟାପକ ଭିଡ ଥିବା ଯୋଗୁଁ ଏହି ଦୁଇ ଦୋକାନକୁ ସିଲ କରି ଦିଆ ଯାଇଛି । ସେହିପରି ଅନୁଗୁଳ ବଜାରରେ ଥିବା ଶୀତଳ ପ୍ଲାଜାରେ କିଛି ଦୋକାନୀ ଦୋକାନ ଖୋଲିଥିବା ଖବର ପାଇ ପୁଲିସ ଚଢାଉ କରିଥିଲା । ସେମାନଙ୍କୁ ପୁଲିସ ତାଗିଦ କରିବା ସହ ଜୋରିମନା କରିଥିଲା । ସହରର ବିଭିନ୍ନ ସ୍ଥାନରେ ଆଜି ଚଢାଉ କରି ଏଭଳି ଅମାନିଆଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମନା କରିଛି । Advertisement
ନିଖୋଜ ନାବଳକକୁ ବଳି ସନ୍ଦେହ – ପୁଲିସ ଗାଡି ଜାଳିଦେଲେ ଉତ୍ତ୍ଯକ୍ତ ଲୋକେ ଅନୁଗୋଳ – ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି…
ଚୋରା କୋଇଲା ଖଣିରେ ଚଢାଉ , ଦୁଇ ମିନି ଟ୍ରକ ,ବୋଲେରୋ ସହ ୮ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା…
ପରିବାରର ସଦସ୍ୟ ଭଳି ରୀତିନୀତିରେ କୁକୁରର ଅନ୍ତିମ ସଂସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ…