ମୁଖ୍ୟ ଖବର ପିକଅପକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ Angul OnlineJune 6, 2021June 6, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ମୁକ୍ତାପୁର ଗ୍ରାମ ନିକଟ ଜାତୀୟ ରାଜପଥ-୪୯ ଉପରେ ଏକ ପିକଅପ ଗାଡି କୁ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସ୍ଥାନୀୟ ଫାର୍ମ ସାହିର ଧୁଳିଆ ମୁଖୀ । ସୂଚନା ଅନୁସାରେ ପିକଅପ ଗାଡିଟି କେନ୍ଦୁଝର ଜିଲ୍ଲା ତେଲକୋଇରୁ ପାଲଲହଡାକୁ ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ପିକଅପ ଗାଡିକୁ ଧକ୍କା ଦେଇଥିଲା । ପିକଅପର ଡାଲାରେ ବସିଥିବା ଧୁଳିଆ ଗାଡିରୁ ଛିଟିକି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପାଲଲହଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରି ତଦନ୍ତ କରୁଛି । Advertisement
ସମୟ ଥାଇ ବଣ୍ଟନ ହେଲାନି, ଏବେ ପୋଡ଼ାଗଲା ଲକ୍ଷାଧିକ ଟଙ୍କାର ଔଷଧ ବାଗଡ଼ିଆ – ରୋଗୀଙ୍କ ପାଇଁ ସରକାର ମାଗଣା ଔଷଧ ବ୍ୟବସ୍ଥା କରିଥିବା ବେଳେ ବାଗଡ଼ିଆ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ…
ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଆଜି ଅନୁଗୁଳ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ…
କୂଅ ବିଲ ପାଇଁ ମାଡାମଙ୍କ ଲାଞ୍ଚ ହିସାବ କିତାବ – ଭିଡିଓ ଭାଇରାଲ ଅନୁଗୁଳ – ଆଠମଲ୍ଲିକ ବୃକ୍ ଅଞ୍ଚଳରେ ଜଳ ବିଭାଜିକା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଆଠମଲ୍ଲିକରେ ବିଭାଗର କାର୍ଯ୍ୟାଳୟ କିମ୍ବା ସ୍ଥାୟୀ ଅଧିକାରୀ ନ…