ମୁଖ୍ୟ ଖବର ପିକଅପକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ Angul OnlineJune 6, 2021June 6, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ମୁକ୍ତାପୁର ଗ୍ରାମ ନିକଟ ଜାତୀୟ ରାଜପଥ-୪୯ ଉପରେ ଏକ ପିକଅପ ଗାଡି କୁ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସ୍ଥାନୀୟ ଫାର୍ମ ସାହିର ଧୁଳିଆ ମୁଖୀ । ସୂଚନା ଅନୁସାରେ ପିକଅପ ଗାଡିଟି କେନ୍ଦୁଝର ଜିଲ୍ଲା ତେଲକୋଇରୁ ପାଲଲହଡାକୁ ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ପିକଅପ ଗାଡିକୁ ଧକ୍କା ଦେଇଥିଲା । ପିକଅପର ଡାଲାରେ ବସିଥିବା ଧୁଳିଆ ଗାଡିରୁ ଛିଟିକି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପାଲଲହଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରି ତଦନ୍ତ କରୁଛି । Advertisement
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…
ଲକ୍ଷ୍ମୀ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା – କାବୁ କରି ପୁଲିସର ଜିମା ଦେଲେ ଲୋକ ଅନୁଗୁଳ -ପାର୍କିଂରେ ଥିବା ଗାଡିକୁ ପଛରୁ ଧକ୍କା ଦେଲା ଲକ୍ଷ୍ମୀବସ । ଅନୁଗୁଳ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପାର୍କିଂ ହୋଇଥିବା ଦୁଇଟି କାରକୁ ପଛରୁ ଧକ୍କା ଦେବା…
ଜଙ୍ଗଲ ନିଆଁରେ ଜଳିଗଲା ୬ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଯଦୁପୁର ବିଟ ନିକଟରେ ଜଙ୍ଗଲ ଜଳୁଛି । ବିଗତ ଚାରି ଦିନ ହେଲା ଜଙ୍ଗଲ ନିଆଁ ଜଳୁଥିଲେ ହେଁ…