Uncategorized ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ Angul OnlineJune 7, 2021June 8, 2021 ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ଏକାଦଶାହ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ରଘୁନାଥଙ୍କ ସ୍ମୃତି ଉଦ୍ୟେଶରେ ହୋଇଥିବା ଏହି ରକ୍ତଦନ ଶିବିରରରେ ପ୍ରାୟ ୨୮ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ରକ୍ତଦାତା ମାନେ ହେଲେ ଶ୍ରୀକାନ୍ତ କର , ଶିବାନନ୍ଦ ଧର , ଛବିନ୍ଦ୍ର ନାୟକ , ଲକ୍ଷ୍ମୀଧର ମହାପାତ୍ର , ସୌମ୍ୟରଞ୍ଜନ ସୁତାର , ଅଭିଷେକ ଦାସ , ଆଦ୍ୟାଶ୍ଳୋକ ମିଶ୍ର , ପ୍ରକାଶ ଚନ୍ଦ୍ର ସାହୁ , ଆଶିଷ କୁମାର ମହାନ୍ତି , ଏମ୍ ଏମ୍.କେ. ମଧୁବାବୁ , ସୌମ୍ୟରଞ୍ଜନ ଦାଶ , ଗୁରୁଚରଣ ଗଡତିଆ , ଶରତ କୁମାର ସାହୁ , ବାଲୁ କୁମାର , ବିଜୟ କୁମାର ସାହୁ , ରଶ୍ମି ରଞ୍ଜନ ବିଶ୍ବାଳ , ଅମିତ୍ କୁମାର ବାରିକ , ରାକେଶ କୁମାର ସାହୁ , ଟଙ୍କଧର ମୀର୍ଦ୍ଧା , ଦେବ ରଞ୍ଜନ ସାମଲ , ପ୍ରକାଶ ପ୍ରଧାନ , ସୁଶୀଲ କୁମାର ସାହୁ , ଅନିଲ୍ କୁମାର ସାହୁ , ଅନୁରାଧା ସିଂହ , ଦୁଷ୍ମନ୍ତ ବେହେରା , ଶୁଭମ୍ ତ୍ରିପାଠୀ , କେତନ କୁମାର ନାଏକ , ସୂର୍ଯ୍ୟକାନ୍ତ ସାହୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ପକ୍ଷରୁ ଏହି ରକ୍ତଦାନ ଶିବିରକୁ ପରିଚାଳନା କରା ଯାଇଥିବା ବେଳେ ସମାଜସେବୀ ପର୍ଶୁରାମ ଦାଶ , ମହେଶ ଭୋମରାଜ , ପ୍ରତାପ ମହାପାତ୍ର , ସାମ୍ବାଦିକ ଦେବରଞ୍ଜନ ସାମଲ , ସୁଶାନ୍ତ ସେଠୀ , ଦିନେଶ ପ୍ରଧାନ , ବାପୁଜୀ ପ୍ରଧାନ , ଆଦିତ୍ୟ ମିଶ୍ର ଆଦି ସହାୟତା କରିଥିଲେ । ଏହି ଶିବିରରୁ ମୋଟ ୨୮ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । କରୋନା ମହାମାରୀ ସମୟରେ ଚିକିତ୍ସାଳୟ ଗୁଡିକରେ ଡ଼ାକ୍ତର ଅଭାବ ରହିଛି । ଏହି ସମୟରେ ଏଭଳି ଏକ ଶିବିର ଆୟୋଜନ କରିବା ଫଳରେ କିଛି ରୋଗୀ ଉପକୃତ ହୋଇ ପାରିବେ । ଯାହାକି ଦିବଗନ୍ତ ସାମ୍ବାଦିକ ପାଇଁ ଏକ ବଡ ଶ୍ରଦ୍ଧାଞ୍ଜଳି । Advertisement
ଷ୍ଟୋର ରୁମରୁ ୧୩ ଫୁଟର ଅହିରାଜ ଉଦ୍ଧାର ଅନୁଗୁଳ – ଷ୍ଟୋର ରୁମରେ ଅହିରାଜ ଉଦ୍ଧାର । ଗତ କାଲି ରାତିରେ ଅନଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ କନ୍ତମେଘ ଗ୍ରାମର ମୋହନ ଦେହୁରୀ ଙ୍କ ଷ୍ଟୋର…
ଆସପଣ୍ଡ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡ଼ା ପଞ୍ଚାୟତ ଦାସନାଳି ଗ୍ରାମ ନିକଟସ୍ଥ ଆସପଣ୍ଡ ପୋଖରୀ ନିକଟରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର । …
ବିସ୍ଥାପନ କଲୋନୀ ନିର୍ମାଣ ସ୍ଥାନକୁ ନେଇ କମ୍ପାନୀକୁ ଗ୍ରାମବାସୀଙ୍କ ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ସଳ୍ପଝରଣରେ ବିସ୍ଥାପନ କଲୋନୀ ନିର୍ମାଣ ପାଇଁ ଜମି ଚିହ୍ନଟ ଚାଲିଥିବା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି…