ଅନୁଗୁଳ ଡାଇରିମୁଖ୍ୟ ଖବର ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା Angul OnlineJune 12, 2021June 12, 2021 ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ସାମନାକୁ ଆସିଛି । ଅନୁଗୁଳ ଜିଲା ତାଳଚେର ରାମଚନ୍ଦ୍ର ବଜାରରେ ସରୋଜ (ବାବୁଲି) ମହାରଣା ନାମକ ଜଣେ ବ୍ୟକ୍ତି ଇଲୋଟ୍ରୋନିକସ ଜିନିଷ ମରାମତି ଦୋକାନ ଦେଇଛନ୍ତି । ସେ ଏପ୍ରିଲ ମାସ ୮ ତାରିଖରେ କରୋନା ଟିକା ନେଇଥିଲେ । ଗତକାଲି ବିଭିନ୍ନ ସ୍ଥାନରେ ଟିକା ନେବାପରେ ଦେହରେ ଚୁମ୍ବକୀୟ ଶକ୍ତି ହେଉଥିବା ଭିଡିଓ ଭାଇରାଲ ଓ ଖବର ପ୍ରସାରଣ ପରେ ସେ ପରୀକ୍ଷା ମୂଳକ ଭାବେ ନିଜ ଦେହରେ ଲୁହା ସାମଗ୍ରୀ ଲଗାଇଥିଲେ । ଆଉ ଆଶ୍ଚର୍ଯ୍ୟର ବିଷୟ ଯେ ସେହି ଲୁହାରେ ତିଆରି ସ୍କ୍ରୁ ଡ୍ରାଇଭର , ପ୍ଲାସ ,ଚିମୁଟା ଆଦି ଲାଗି ରହିଥିଲା । ସଙ୍ଗେ ସଙ୍ଗେ ଏହି ଖବର ଶୁଣି ବହୁ ଲୋକ ଘଟଣା ଦେଖିବାକୁ ଆସିବା ସହ ପରୀକ୍ଷା କରିଥିଲେ । ଆଉ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ଏକ ଅଜବ ଘଟଣା ହୋଇଥିବା ବେଳେ ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଚୁମ୍ବକୀୟ ପରିସ୍ଥିତି କାହିକି ସୃଷ୍ଟି ହୋଇଛି ତାହା ଜଣା ପଡି ନାହିଁ । ସେ ଆଜି ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିବା ଜଣା ପଡିଛି । ତେବେ ତାଙ୍କର ଅନ୍ୟ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ସେ କହିଛନ୍ତି । https://angulonline.com/odia/wp-content/uploads/2021/06/magnet-man.mp4 Advertisement
ହିଙ୍ଗୁଳା ପୀଠରେ ସଂସ୍କୃତିର ମହାକୁମ୍ଭ: ଆସାମର ‘ବିହୁ’ ନୃତ୍ୟରେ ଦୁଲୁକିଲା ତାଳଚେର ତାଳଚେର – ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଆଜି ପଞ୍ଚମ ଦିବସରେ ପହଞ୍ଚିଛି। ଗୋପାଳ ପ୍ରସାଦ ପୀଠରେ…
ହିଙ୍ଗୁଳା ପୀଠରୁ ସ୍ୱଦେଶୀର ସ୍ୱର ମା’ଙ୍କ ପାଖକୁ ଆସିବା ମୋର ସୌଭାଗ୍ୟ: ମୁଖ୍ୟ ଅତିଥି ଶ୍ରୀ ସାମନ୍ତ ତାଳଚେର – ତାଳଚେରର ଗର୍ବ ଓ ଗୌରବ, ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ…
ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା…