ଅପରାଧ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ Angul OnlineJune 13, 2021June 13, 2021 କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ସେହି ଗାଁର ଶ୍ରୀନିବାସ ସାହୁ ବୋଲି ଜଣା ପଡିଛି । ଗୁରୁତର ୨ ଜଣ ହେମନ୍ତ ସାହୁ ଓ ବିପ୍ରବର ସାହୁ । ୪ ରୁ ୫ ବର୍ଷ ହେବ ପଡ଼ୋଶୀ ପ୍ରଶାନ୍ତ ସାହୁଙ୍କ ପରିବାର ସହ ଶ୍ରୀନିବାସଙ୍କ ପରିବାରର ଜମିବାଡ଼ି ବିବାଦ ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଏହା ଉଗ୍ର ରୂପ ନେଇଥିଲା । ପ୍ରଶାନ୍ତଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ଶ୍ରୀନିବାସଙ୍କ ପରିବାରର ୩ ଜଣ ଗୁରୁତର ହୋଇଥିଲେ । ସେଥିମଧ୍ୟରୁ ଶ୍ରୀନିବାସଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । Advertisement
କାର ସହ ଗଞ୍ଜେଇ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ଆଉଁଳି ନଦୀ ପୋଲ ଉପରୁ ଛେଣ୍ଡିପଦା ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିବା ସହ…
ବ୍ରାଉନସୁଗାର ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ପୋଲିସ ହାବୁଡ଼ରେ ବ୍ରାଉନସୁଗାର ଗ୍ୟାଙ୍ଗ । ୧୮ . ୫ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ । ଗିରଫ…
ନକଲି କାଗଜପତ୍ରରେ ତାଳଚେରରୁ ଚୋରା କୋଇଲା ଚାଲାଣ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି…