ଆଞ୍ଚଳିକ ୬୬ ୟୁନିଟ ରକ୍ତ ସଂଗୃହିତ Angul OnlineJune 16, 2021June 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ଵରେ କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା ଦଳର ୨୯ ତମ ରକ୍ତଦାନ ଶିବୀର ଆୟୋଜିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳ ଓ ଓଡିଶା – ମୋ – ପରିବାର ମିଳିତ ଆନୁକୁଲ୍ୟରେ ଆଜି ଛେଣ୍ଡିପଦାର କୁକୁରପେଟା ଡ୍ୟାମ ନିକଟସ୍ଥ କସ୍ତୁରୀ ହୋଟେଲରେ ଆୟୋଜିତ ଏହି ଶିବୀରରେ ମୋଟ ୬୬ ୟୁନିଟ ରକ୍ତ ସଂଗୃହ ହୋଇଥିଲା । ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହୀତ କରିଥିଲେ । ଏହି ଶିବୀରକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଉଦଘାଟନ କରିଥିଲେ । ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦେହୁରୀ ଓ ବିଜୁ ଯୁବ ଜନତା ଦଳ ଛେଣ୍ଡିପଦା ବ୍ଲକ ସଭାପତି ଶ୍ରୀଯୁକ୍ତ ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ବାବଧନରେ ଏହି ଶିବୀର ଆୟୋଜିତ ହୋଇଥିଲା । ଏହି ଶିବୀରକୁ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଗୋପବନ୍ଧୁ ସାହୁ , ଖଗପତୀ ପ୍ରଧାନ , ତପନ ସାହୁ, ସୁବୋଧ ସାହୁ , ଅଭିନାସ ସାହୁ , ମୋତିଲାଲ ଦେହୁରୀ ଓ ସୌମ୍ୟରଞ୍ଜନ ଦେହୁରୀ ପରିଚାଳନା କରିଥିଲେ । କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା ଦଳ ଦ୍ବାରା ସମୁଦାୟ ୧୬୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସନ୍ତରାବନ୍ଧ ଗ୍ରାମର ସମାଜସେବୀ ଶ୍ରୀଯୁକ୍ତ ଶିଦ୍ଧେଶ୍ବର ଦାସ୍ ଆଜି ଜୀବନର ୫୧ ତମ ରକ୍ତଦାନ କରିଥିଲେ । Advertisement
ରାସ୍ତା ନିର୍ମାଣ ଦାବିରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତର ବାଲିପଟା-ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଲୋକ ଯିବା ଆସିବା କରିବାରେ ନାହିଁ…
ଛେଳି ଗିଳୁଥିବା ଅଜଗର ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ସରଧାପୁର ଗ୍ରାମ ନିକଟରେ ଛେଳିକୁ ଖାଉଥିବା ବେଳେ ଏକ ଆଠ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରା ଯାଇଛି ।…
ବଜ୍ରାଘାତରେ ମହିଳା ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କସଂମୁଣ୍ତା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର…