ଅପରାଧ ଜଙ୍ଗଲରୁ ବନ୍ଧୁକ ଏବଂ ଧନୁ ତୀର ସହ ଶିକାରୀ ଗିରଫ Angul OnlineJune 17, 2021June 17, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନାଞ୍ଚଳର ନିଜିଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପାଲଲହଡା ବନବିଭାଗ । ସୂଚନା ଅନୁସାରେ ଜଙ୍ଗଲକୁ ଶିକାର କରିବାକୁ ସ୍ଥାନୀୟ ବଧମୁଣ୍ଡା ଗ୍ରାମର ପ୍ରାୟ ୪୦ ରୁ ୫୦ ଜଣ ଲୋକ ଯାଇଥିଲେ । ପାଲଲହଡ଼ା ବନବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ସୂଚନା ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅତର୍କିତ ଚଢାଉ ଫଳରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତି ମାନେ ହେଲେ ପାଲଲହଡା ଥାନା ବଧମୁଣ୍ଡା ଗ୍ରାମର ନଟବର ମହାନ୍ତ ଓ ଡିଲେଶ୍ଵର ମହାନ୍ତ । ଗିରଫ ବ୍ୟକ୍ତିଙ୍କ ଠାରୁ ଦେଶୀ ବନ୍ଧୁକ , ଧନୁ ତୀର ସମେତ ଶିକାରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ନିୟମ ମୁତାବକ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ପାଲଲହଡା ରେଞ୍ଜର ପ୍ରତ୍ୟେକ ଅଞ୍ଚଳରେ ପେଟ୍ରୋଲିଂକୁ ଜୋରଦାର୍ କରି ଫେରାର ଲୋକ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପାଲଲହଡ଼ା ରେଞ୍ଜର ସୂଚନା ଦେଇଥିଲେ । Advertisement
ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର…
ଜମିବାଡ଼ି ବିବାଦକୁ ନେଇ ପଡୋଶୀଙ୍କୁ ପିଟିପିଟି ହତ୍ୟା ଅନୁଗୋଳ – ଅନୁଗୋଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ଜମିବାଡ଼ିକୁ ନେଇ ଥିବା ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି ।…
ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ…