ସ୍ୱାସ୍ଥ୍ୟ ୧୦ ବିଶେଷଜ୍ଞ ଡାକ୍ତରଙ୍କ ଯୋଗଦାନ Angul OnlineJune 20, 2021June 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ରାଜ୍ୟ ସରକାର ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା ବେଳେ ଦୁଇ ୨ ଜଣ ଭେଷଜ , ୨ ଜଣ ଶଲ୍ୟ ବିଶେଷଜ୍ଞ , ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ , ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ , ଜଣେ ଅସ୍ଥିଶଲ୍ୟ , ଜଣେ ଶିଶୁରୋଗ ଓ ଜଣେ ଦନ୍ତରୋଗ ବିଶେଷଜ୍ଞ ରହିଛନ୍ତି । ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ରଞ୍ଜନ କୁମାର ସାହୁଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି । ସେହିପରି ଭେଷଜ ବିଶେଷଜ୍ଞ ଡାକ୍ତର ନିତା ବାଗ୍ଚିଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନା, ଭେଷଜ ବିଶେଷଜ୍ଞ ଡାକ୍ତର ଟି ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନା, ଶଲ୍ୟ ବିଶେଷଜ୍ଞ ଡାକ୍ତର ବନମାଳି ନାୟକଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନା, ଶଲ୍ୟ ବିଶେଷଜ୍ଞ ଡାକ୍ତର ମହିତୋଷ ପାଣିଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରତି ରଞ୍ଜନ ମହନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର କୁମାର ସିଦ୍ଧାର୍ଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କୃତିବାସ ସୁବୁଦ୍ଧିଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନା, ଶିଶୁରୋଗ ବିଶେଷଜ୍ଞ ଭରତ ଏନ୍ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଅଭିଜିତ୍ ପଣ୍ଡାଙ୍କୁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅନୁଗୁଳ – ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ସମନ୍ଵିତ ଶିଶୁ ବିକାଶ ଯୋଜନା ଅନୁଗୁଳର ସହଭାଗିତାରେ (ଅଗଷ୍ଟ ୧ – ୭ ତାରିଖ) ବିଭିନ୍ନ…
ସୋମବାର ଠାରୁ ଯୁବଗୋଷ୍ଠୀଙ୍କୁ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି (ସୋମବାର) ଠାରୁ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରାଯିବ । ଅନ୍ୟ ଜିଲ୍ଲା ମାନଙ୍କରେ…
କରୋନା ଟିକା – ଗାଁରେ ଅଧିକ ଆଗ୍ରହ ଅନୁଗୁଳ – ଆବଶ୍ୟକତା ଠାରୁ କମ୍ ପରିମାଣରେ ଯୋଗାଣ ଯୋଗୁ ଅନୁଗୁଳ ଜିଲ୍ଲାରେ କରୋନା ଟିକାକରଣ କ୍ଷୀପ୍ର ଗତିରେ ହୋଇପାରୁ ନାହିଁ । ମଙ୍ଗଳବାର ଜିଲାରେ ୨…